ରାୟଗଡ: ରାୟଗଡ ଜିଲ୍ଳାରେ ରବିବାର ଦିନ ୫୩ ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୬୨୧କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୫୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଓ ୧୮ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ୭୬୨୧ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୨୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ୧୩ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୩୪ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୧୩ ଜଣ ଚିହ୍ନଟ ହୋଇଛନ୍ତି । ରବିବାର ୫୩ଜଣଙ୍କ ମଧ୍ୟରେ ୨ଜଣ କରୋନା ଯୋଦ୍ଧା ଚିହ୍ନଟ ହେବାରୁ ବର୍ତମାନ ଜିଲ୍ଳାରେ ୭୯୬ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୧୯ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ।
ସାମ୍ବାଦିକ ଆବଶ୍ୟକ
ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in
ସେହିପରି ୫୩ ଚିହ୍ନଟଙ୍କ ମଧ୍ୟରେ ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୨୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବିଷମକଟରରୁ ୧୧, ମୁନିଗୁଡାରୁ ୧୦, ରାୟଗଡ ସହରାଂଚଳରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଡାରୀ ବ୍ଳକ ଓ ଗୁଣପୁର ସହରାଂଚଳରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୯୪.୮୪ ପ୍ରତିଶତ ସୁସ୍ଥତା ହାର ଓ ସକ୍ରିୟ ହାର ୪.୬୬ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୦ପ୍ରତିଶତ ହାରରେ ୩୮ଜଣଙ୍କ ମୃତ୍ୟୁ ହୋଇଛିି ।
ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in