ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ପକ୍ଷରୁ ସାମାଜିକ ସଚେତନତା ସଭା
ଲାଞ୍ଜିଗଡ: ଶହଶହ ବର୍ଷ ଧରି ନିର୍ଯାତିତ ହେବାର ସମୟ ଶେଷ ହୋଇଛି । ଏବେ ଶିକ୍ଷିତ ଓ ସଂଗଠିତ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ହେବ । ତୃଣମୂଳ ସ୍ତରରେ ଅନୁସୂଚିତ ବର୍ଗର ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଓ ଅଧିକାର ସଂପର୍କରେ ସ୍ୱର ଉତ୍ତୋଳନ କରିବାକୁ ହେବ । ଏଥର ଦଳିତ ସମାଜରୁ ପରିବର୍ତ୍ତନର ସ୍ୱର ଶୁଭିବ ବୋଲି ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଆନୁକୂଲ୍ୟରେ ଆୟୋଜିତ ସାମାଜିକ ସଚେତନତା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାଉଗୁଡାଠାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସତ୍ୟବାଦୀ ନାଏକ, ବରିଷ୍ଠ ଆଇନଜୀବୀ ଛବିଲାଲ ନିଆଲ, ବରିଷ୍ଠ ଆଇନଜୀବୀ ଓ ରାଜନୀତିଜ୍ଞ ଦିଗାମ୍ବର ଦୁରିଆ, ବରିଷ୍ଠ ନାଗରିକ ଓ ସମାଜକର୍ମୀ ଉଦୟ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ସମାଜସେବୀ ଯତିନ୍ଦ୍ର କର, ନବୀନ ସୁନା, ବିଭୀଷଣ ନାଏକ, ଲକ୍ଷ୍ୟଜ୍ୟୋତି ଜାଲ, ଧନଞ୍ଜୟ ଦୀପ ପ୍ରମୁଖ ଯୋଗ ଦେଇଥିଲେ ।
ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ସମାଜସେବୀ ଜଗଦୀଶ ବେନିଆଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଯୁବସମାଜସେବୀ ହରିହର କୁମାର । ସଭା ପ୍ରାରମ୍ଭରେ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ତୈଳଚ୍ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରର ଦଳିତ ପୀଡିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।
ସାମ୍ବାଦିକ ଆବଶ୍ୟକ
ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in
ଯୁବ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବସମାଜସେବୀ ଗୋପାଳଦାସ ମହାନନ୍ଦ । କରୋନା କଟକଣାକୁ ପାଳନ କରି ଅନୁଷ୍ଠିତ ସଚେତନତା ସଭାରେ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାବହୁଳ ଡମ୍ ଜାତି ମଧ୍ୟରେ ଶିକ୍ଷା, ସାମାଜିକ ସଂସ୍କାର, ଅର୍ଥନୈତିକ ବିକାଶ, ରାଜନୈତିକ ଯୋଗଦାନ ଓ ସଚେତନତା ସହିତ ପାରସ୍ପରିକ ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ସବିଶେଷ ଚର୍ଚ୍ଚା ଏବଂ ଆଲୋଚନା କରାଯାଇଥିଲା ।
ଜିଲ୍ଲାର କୋକସରା, ଧର୍ମଗଡ, ଜୁନାଗଡ, ଗୋଲାମୁଣ୍ଡା, ଭବାନୀପାଟଣା, କେସିଙ୍ଗା, ନର୍ଲା, ମ.ରାମପୁର ବ୍ଲକରୁ ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତାମାନେ ଯୋଗଦେଇଥିବାବେଳେ ଲାଞ୍ଜିଗଡ ବ୍ଲକର ୨୬ଟି ଯାକ ଗ୍ରାମପଞ୍ଚାୟତରୁ ଲୋକେ ଏହି ସଭାରେ ସାମିଲ ହୋଇଥିଲେ । ଏହି ଅବସରରେ ଲାଞ୍ଜିଗଡ ବ୍ଲକ ଡମ୍ ସମାଜର ନୂତନ କମିଟି ଘୋଷଣା କରାଯାଇଥିଲା । ଏଥିରେ ଜଗଦୀଶ ବେନିଆଁ ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଉପଦେଷ୍ଟା ମଣ୍ଡଳୀରେ ଉଦୟ କୁମାର, ନବୀନ ସୁନା, ମନୋହର ହରପାଲ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in