ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ୧୦ଦଫା ଦାବିପତ୍ର ପ୍ରଦାନ

ଡାକ୍ତରଖାନାରେ ଆଶାମାନଙ୍କୁ ଅସମ୍ମାନ କରି ଅବହେଳା ପ୍ରର୍ଦଶନକୁ ବିରୋଧ

ରାୟଗଡ: ଭାରତୀୟ ମଜଦୁର ସଂଘ (ବିଏମଏସ) ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ସମଗ୍ର ରାଜ୍ୟରେ ଆଶା କର୍ମୀ ମାନଙ୍କର ଏକ ଦିବସୀୟ ଆନ୍ଦୋଳନାତ୍ମକ କାର୍ଯ୍ୟ କରାଯିବା ଅବସରରେ ସୋମବାର ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ରାୟଗଡ ଜିଲ୍ଳା ତରଫରୁ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ବିକ୍ଷୋଭ ପ୍ରର୍ଦଶନ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ୧୦ଦଫା ଦାବିପତ୍ର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ।


ରାୟଗଡ ଜିଲ୍ଳା ଆଶା କର୍ମୀ ସଂଘ ସଭାନେତ୍ରୀ ଶ୍ରୀମତି ପୁଷ୍ପାଂଜଳି ବେହୁରା ଓ ରାଜ୍ୟ ତଥା ଜିଲ୍ଳା ସଂପାଦିକା ଶ୍ରୀମତି ମମତା ବିଶ୍ୱାଳ, ଭାରତୀୟ ମଜୁଦର ସଂଘର ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ବିଏମଏସ ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ଆଶାକର୍ମୀ ଶ୍ରୀମତି ନିର୍ମଳା ପ୍ରଧାନ, ଯମୁନା ମାଣ୍ଡାଙ୍ଗି, ନେହା ସିଂ, ଭାଗ୍ୟ ଗୈାଡ, ମମତା ଶବର, ନକ୍ଷତ୍ର ନମାଲା, ଧନଂଜୟ କଂଟାବଂଶ, ସଂଯୁକ୍ତା ପଣ୍ଡା, ରାଧା ଶବର, ସଂଯୁକ୍ତା ଶବର ପ୍ରମୁଖ ଯୋଗଦାନ କରି ଆଶା କର୍ମୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ ।


ଏହି ୧୦ଦଫା ଦାବି ମଧ୍ୟରେ ଆଶାକର୍ମୀ ମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ବେତନ ୧୮ହଜାର ଟଙ୍କା ପ୍ରଦାନ କରିବା, ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରି ଇପିଏଫ ଓ ଇଏସଆଇ ଯୋଗାଇ ଦେବା, କୋଭିଡ-୧୯ରେ ମୃତ୍ୟୁବରଣ କରୁଥିବା ଆଶା କର୍ମୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ଓ ଆଶା କର୍ମୀଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦେବା,ଅଭିଞ ଓ ଶିକ୍ଷାଗତ ଯୋଗ୍ୟତା ଥିବା ଆଶା କର୍ମୀଙ୍କୁ ଏଏନଏମ ଭାବେ ପଦନ୍ନୋତି କରିବା, ଅବସର ଭତା ଦୁଇଲକ୍ଷ ଟଙ୍କା ପ୍ରଦାନ କରି ଅବସର ସୀମା ହଟାଇବା, ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଳା ଓ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀମାନଙ୍କ ପାଇଁ ଏକ ଆଶା ଗୃହ ଯୋଗାଇବା ଏବଂ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଶା ଗୃହରେ ଆନୁସାଙ୍ଗିକ ବ୍ୟବସ୍ଥା କରି ପ୍ରତି ଦିନ ସଫା କରିବା, ଆଶା କର୍ମୀମାନଙ୍କୁ ସମସ୍ତ ଚିକିତ୍ସାଳୟରେ ଉପଯୁକ୍ତ ସମ୍ମାନ ଦେବା ଆଦି ଦାବୀ ଉଲ୍ଳେଖ ରହିଛି ।


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ଯଦି ଆଶାମାନଙ୍କ ଦାବି ପୂରଣ କରିବାରେ ଜିଲ୍ଳା ପ୍ରଶାସନ ଅବହେଳା କରେ ତଥା ଜିଲ୍ଳାର ପ୍ରତ୍ୟେକ ଡାକ୍ତରଖାନାରେ ଆଶା ମାନଙ୍କୁ ଅସମ୍ମାନ କରି ଅବହେଳା ପ୍ରଦର୍ଶନ କରାଯାଏ ତାହା ହେଲେ ଆଗାମୀ ଦିନରେ ଜିଲ୍ଳାପାଳ ଓ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ତରଫରୁ ଧାରଣାରେ ବସିବାକୁ ଚେତବନୀ ଦିଆଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବିଏମଏସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ଲେଙ୍କାଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.