ଟିକିରି ସାହିତ୍ୟ ପରିବାର ପକ୍ଷରୁ ‘ଶିବସ୍ମୃତି ସମାରୋହ’ ଆୟୋଜିତ

କାଶିପୁର,(ଆଲାରାମ ଭତ୍ରା): ଦିବଙ୍ଗତ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ଏକାଦଶତମ ଶ୍ରାଦ୍ଧ ଦିବସାବସରରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଟିକିରି ସାହିତ୍ୟ ପରିବାର ପକ୍ଷରୁ ଶିବସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି । ଆବାହକ ସୁଲେଖକ ନିରଞ୍ଜନ ନାୟକ ଏହାର ଆୟୋଜକ ପୂର୍ବକ ସଞ୍ଚାଳନ କରିଥିଲେ । ଚଳିତ ବର୍ଷ ଭର୍ଚୁଆଲ ମାଧ୍ୟମରେ ଆୟୋତିତ ଏହି ସମାରୋହକୁ ଉଦଘାଟନ କରି ବରେଣ୍ୟ ସ୍ରଷ୍ଟା ସ୍ତମ୍ଭକାର ଓ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଶିବପ୍ରସାଦ ଆମ ମାଟିର ଯୋଗଜନ୍ମା ସାରସ୍ୱତ ସାଧକ ଥିଲେ ବୋଲି ବର୍ଣ୍ଣନା କରିଥିଲେ ।


ଗନ୍ତାୟତ ଶିବପ୍ରସାଦଙ୍କ ଜୀବନ ଓ ସୃଜନ ଆଧାରିତ ବକ୍ତବ୍ୟ ପ୍ରଦାନ ପୂର୍ବକ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର, ଡକ୍ଟର କମଳାକୃଷ୍ଣ ତ୍ରିପାଠୀ, ଦ୍ୱିତୀଚନ୍ଦ୍ର ସାହୁ, ଡକ୍ଟର ବାସନ୍ତୀ ମହାନ୍ତି, ଡମ୍ବରୁ ଧର ପଟ୍ଟନାୟକ, ଆଶୁତୋଷ ପାତ୍ର, ହୃଷିକେଶ ଜାଲି,ସୁଜାତା ମହାପାତ୍ର, ଜ୍ୟୋତି ପ୍ରକାଶ ଗିରି, ଓମ୍ ଅଭିଜ୍ଞାନ ସାହୁ, ବିମଳା ଶଙ୍କର ଦାଶ ରୂପେଶ ସାହୁ , ଶ୍ରୀଧର ପଟ୍ଟନାୟକ, ଶୁଭ୍ରା ସନ୍ତୋଷୀ ଗଉଡ, ଚୈତନ୍ୟ ନାୟକ ଓ ସନ୍ତୋଷ ମାଝି ପ୍ରମୁଖ ସ୍ରଷ୍ଟା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ତ୍ରିବେଣୀ ମିଶ୍ର, ରବୀନ୍ଦ୍ର ତ୍ରିପାଠୀ, ଶିବ ସୁନ୍ଦର ପାଣିଗ୍ରାହୀ ଓ ରାଧାମୋହନ ପାଣିଗ୍ରାହୀ କବିତା ପାଠ କରିଥିବା ବେଳେ ସୁଗାୟିକା ସ୍ବପ୍ନାରାଣୀ ରଥଙ୍କ ପରିବେଷିତ ଭାବଭରା ଭକ୍ତି ଗୀତ ବେଶ୍ ମନୋଜ୍ଞ ହୋଇଥିଲା । ଆଗାମୀ ସମୟରେ ଶିବପ୍ରସାଦଙ୍କ ସୃଜନର ଆଲୋଚନା ପାଇଁ ପ୍ରୟାସ କରାଯିବା ସହ ପରବର୍ତ୍ତୀ ପୀଢି ତାଙ୍କୁ ନିଶ୍ଚିତ ପଢିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଶିବସ୍ମୃତି ପକ୍ଷରୁ ଆୟୋଜନର ଭୂୟସୀ ପ୍ରଶଂସା ସହ ସ୍ରଷ୍ଟାଙ୍କ ଅଗ୍ରଜ କବି ଓ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.