ସତ୍ୟ ମହିମା ଆଶ୍ରମରେ ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା

କଳାହାଣ୍ଡି: ବିଶ୍ବବାସୀଙ୍କ ମଙ୍ଗଳବିଧାନ ପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଅନୁଷ୍ଠିତ ହେଉଛି। ପ୍ରବୁଦ୍ଧ ସ୍ବାମୀ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ‘ମହିମା ଧର୍ମ’ ସର୍ବଜନ ହିତାୟ, ସର୍ବଧର୍ମ ସୁଖାୟର ବାର୍ତ୍ତା ବହନ କରେ। ସଂସାର ପଙ୍କରେ ଘାଣ୍ଟି ହେଉଥିବା ପ୍ରାଣୀମାନେ କିପରି ମୁକ୍ତ ହୋଇପାରିବେ ସେହି ପଥ ଦେଖାଇଛନ୍ତି ମହିମା ସ୍ବାମୀ। ମହିମା ସ୍ବାମୀଙ୍କ ଦ୍ବାରା ପ୍ରବର୍ତ୍ତିତ ହୋଇଥିବା ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ଆଜି ମଧ୍ୟ ଜନାଦୃତ ହୋଇପାରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗୀ ଗ୍ରାମସ୍ଥିତ ସତ୍ୟ ମହିମା ଆଶ୍ରମରେ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ମେଳା ମହୋତ୍ସବର ଆୟୋଜନ କରାଯାଇଛି। ଯଜ୍ଞ ଉଦଯୋଗୀ ତଥା ସତ୍ୟ ମହିମା ଆଶ୍ରମର ମୁଖ୍ୟ ସାଧୁ ପ୍ରଭାକର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବ୍ରହ୍ମଯଜ୍ଞରେ ଅଞ୍ଚଳର ଜନସାଧାରଣ ଓ ଭକ୍ତବୃନ୍ଦଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ କଳାହାଣ୍ଡି ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡ, ସମ୍ପାଦକ ସେବକରାମ ସାହୁ, ବିଭାଗ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି ଏକଲ ଅଭିଯାନ କାର୍ଯ୍ୟକର୍ତ୍ତା ବିଭୀଷଣ ରଣା ଏବିଭିପି ଜିଲ୍ଲା ସଙ୍ଗଠନ ସମ୍ପାଦକ ବୁଦ୍ଧଦେବ ବାଗ ପ୍ରମୁଖ ଯୋଗଦେଇଥିଲେ। ମାର୍ଚ୍ଚ ୧୪ କଳସ ଯାତ୍ରା ଠାରୁ ଆରମ୍ଭ ହୋଇଥିବା ଏହି ବ୍ରହ୍ମଯଜ୍ଞ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାଧୁ ପ୍ରଭାକର ଦାସ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.