ଅଙ୍ଗନୱାଡ଼ି ଓ ଆଶା କର୍ମୀମାନଙ୍କ ଦକ୍ଷତା ବୃଦ୍ଧି ଶିବିର

ଲାଞ୍ଜିଗଡ: ବିଶ୍ୱନାଥପୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରଠାରେ ସେବା ଜଗତ ଦ୍ବାରା ୟୁନିସେଫ ସହାୟତାରେ ବିଶ୍ୱନାଥପୁର ସବ୍ ସେଣ୍ଟରର ୪୫ ଜଣ ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଶିଶୁ ଓ ମା’ ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ଫଳପ୍ରଦ ସମ୍ବନ୍ଧିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu


ଶିବିରର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଶିଶୁ ଓ ମାତୃ ମୃତ୍ୟୁ ହାର କିପରି ହ୍ରାସ ହୋଇପାରିବ। ନିଜ ଅଞ୍ଚଳର ମା’ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ପରିମଳ ବ୍ୟବସ୍ଥା ଉପରେ ଗାଁରେ ସୁ ସମ୍ପର୍କ ରହିବ, ଲୋକଙ୍କ ସହିତ ମିଶି ତାଙ୍କ ସୁଖ ଦୁଃଖରେ ସାଥୀ ହୋଇ ତାଙ୍କ ସମସ୍ୟାକୁ ଦୂର କରିବା, ଗର୍ଭବତୀ ମା’ ମାନଙ୍କ ରକ୍ତ ହୀନତା ଦୂର କରିବା ଓ ଟିକା କରଣରେ ସମସ୍ତେ ଯେପରି ସାମିଲ ହୋଇ ପାରିବେ ଏହି ସବୁ ବିଷୟକୁ ନେଇ ଆଲୋଚନା ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ସେବାଜଗତର ମହିଳା ପରିଦର୍ଶିକା ସତ୍ୟଭାମା ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକା, ଯୁବକ, ଗାଁ ମୁଖିଆ, ଜାନୀ, ଦିଶାରୀ ଇତ୍ୟାଦିଙ୍କୁ ସାମିଲ କରି ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ସହାୟତା ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଶିବିରରେ ସେବା ଜଗତର ଜାଜ୍ଞସିନୀ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଟଙ୍କଧର ବଗର୍ତ୍ତି ପରିଚାଳନା କରିଥିଲେ।ଶେଷରେ ସେବାଜଗତର ସୁନିତା ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.