ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଉତ୍କଳ ଦିବସ ପାଳନ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲାର ଆଜିମାବାଦ ସ୍ଥିତ ଅନନ୍ତ ଭଞ୍ଜଙ୍କ ବାସଭବନରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ଵର ଜିଲ୍ଲାର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଅନନ୍ତ ଭଞ୍ଜଙ୍କୁ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu


ଅନୁଷ୍ଠାନର ସହ ସମ୍ପାଦକ ବିପିନ ବିହାରୀ ବାରିକଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଉତ୍କଳ ଦିବସ ଓ କବିତା ଆସରରେ ଜୁମରନାଥ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ସମର ବଲ୍ଲଭ ଭୋଇ, ଶାନ୍ତିଲତା ପଣ୍ଡା, ବିନତୀ ସାହୁ, ସୁଧାକର ସେଠୀ, କମଳାକାନ୍ତ ନାୟକ, ବାସୁଦେବ ସାହୁ, ରଞ୍ଜନ କୁମାର ସେଠୀ, ରମେଶ ଚନ୍ଦ୍ର ସାହୁ, ଅନନ୍ତ ଭଞ୍ଜବାବୁ, ବିପିନ ବିହାରୀ ବାରିକ ଏବଂ ପ୍ରଣତି ମହାପାତ୍ର ସ୍ବ ରଚିତ କବିତା ପାଠ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ ଆସରରେ ସ୍ନିଗ୍ଧା ସାମନ୍ତରାୟ ଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ ଓ କାର୍ଯ୍ୟକାରୀ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରବୀର କମିଳା ଆସରର ସଂଯୋଜନା, ସୁଧାକର ସେଠୀ କବିତା ଗୁଡ଼ିକ ସମୀକ୍ଷା, କମଳାକାନ୍ତ ନାୟକ ଶାନ୍ତିପାଠ ଏବଂ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.