ରାୟଗଡ ଜିଲ୍ଳାର ୩୧ଟି ବିଦେଶୀ ମଦ ଦୋକାନ ପାଇଁ ହେଲା ଲଟେରୀ ଉଠାଣ

୬ କୋଟି ୪୨ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ଥିବା ୩୧ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳା ଅବକାରୀ ପ୍ରଶାସନ ସୈାଜନ୍ୟତାରେ ଅବକାରୀ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ପ୍ରକାରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଅତିିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆବେଦନକାରୀଙ୍କ ସମସ୍ତ କାଗଜପତ୍ର ଯାଂଚ ସହ ନୂଆ ଭେଣ୍ଡରମାନଙ୍କ ନାମ ଘୋଷଣା କରିଥିଲେ । ଆଜିର ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ୫୦୫ଜଣ ଆବେଦନକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଜିଲ୍ଳା ଅବକାରୀ ବିଭାଗର ବିଞାପନ ଅନୁଯାୟୀ ପୂର୍ବରୁ ୩୧ଟି ଦୋକାନ ପାଇଁ ୬୪୨ଗୋଟି ଆବେଦନ ଫର୍ମ ଗ୍ରହଣ କରାଯାଇଥିଲା ।

Omkar Vasthu
Omkar Vasthu


ଲଟେରୀ ଉଠାଣ ବ୍ୟବସ୍ଥାର ଅବକାରୀ ବିଭାଗ ନିୟମ ଯୋଗୁଁ ଜିଲ୍ଳାରେ ୬୪୨ଗୋଟି ଆବେଦନ ଫର୍ମ ଗ୍ରହଣ କରାଯାଇଥିବାରୁ ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ରାଜକୋଷକୁ ରାୟଗଡ ଜିଲ୍ଳାରୁ ୬କୋଟି ୪୨ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇପାରିଛି । ୩୧ଟି ବିଦେଶୀ ଦୋକାନ ପାଇଁ ଲଟେରୀ ବ୍ୟବସ୍ଥାରେ ନୂଆ ଭେଣ୍ଡର ଭାବେ ଚୟନ ହୋଇଥିବା ବ୍ୟବସାୟୀମାନେ ଅବକାରୀ ବିଭାଗ ନିୟମ ଅନୁଯାୟୀ ପ୍ରତିବର୍ଷ ଦୋକାନର ନବୀକରଣ ନିମନ୍ତେ ରାଜସ୍ୱ ଦେୟ ପୈଠ କରିବା ସହ ନୂତନ ଭାବେ ଲାଇସେନ୍ସ ପାଇଥିବାରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଦୋକାନ ପରିଚାଳନା କରିବେ ବୋଲି ଜଣାପଡିଛି । ଲଟେରୀ ଉଠାଣ ବ୍ୟବସ୍ଥା ମଧ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଥିବା ବେଳେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.