ଜିଲ୍ଳା ପୋଲିସ ପକ୍ଷରୁ କୋଭିଡ କଟକଣା କଡାକଡି

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନୁ ନ ଥିବା ଅମାନିଆଙ୍କୁ ଜୋରିମାନା

ରାୟଗଡ, (ଶିବ ନାରାୟଣ ଗୈାଡ): ଦେଶରେ ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବିଭାଗକୁ ଏପ୍ରିଲ ୭ତାରିଖ ଠାରୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଦଶ ଦିନ ଧରି କୋଭିଡ ସୁରକ୍ଷା ନିୟମ ପାଳନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାର ସମସ୍ତ ଥାନା ଅଚଂଳରେ କୋଭିଡ ଓ ଟ୍ରାଫିକ୍ ନିୟମ ଉଂଲଘନ କରୁଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ବେଳେ କୋଭିଡ ସୁରକ୍ଷା ନିୟମକୁ ପାଳନ କରିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି ।

ଘରୁ ବାହାରକୁ ବାହାରିଲେ ମାସ୍କ ପିରଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାଇକ ଚଳାଇବା ବେଳେ ଚାଳକ ଓ ତାଙ୍କ ସାଥିରେ ବସିଥିବା ଲୋକେ ଉଭୟେ ହେଲମେଟ୍ ବ୍ୟବହାର କରିବା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବଜାର, ହାଟରେ ଗ୍ରାହକ ଓ ବ୍ୟବସାୟୀ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବା ଉପରେ ପୋଲିସ ବିଭାଗ ପକ୍ଷରୁ ସଚେତନତା କରାଯାଉଛି ।


ଏହି କ୍ରମରେ ସ୍ୱତନ୍ତ୍ର ଅଭିଯାନର ଦ୍ୱିତୀୟ ଦିନରେ ରାୟଗଡ ସହରର ମୁଖ୍ୟ ବଜାର, ଜ୍ୟୋତିମହଲ ରାସ୍ତା ଆଦି ସ୍ଥାନରେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାମ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଟାଉନ ଥାନା ଆଇଆଇସି ନିହାର ରଂଜନ ପ୍ରଧାନ, ଏସ.ଆଇ.ମାନସ କୁମାର ସାହୁ, ଏଏସଆଇ ପି.ରାବଣା, କୈଳାସଚନ୍ଦ୍ର ବେହେରା, ଉଦୟ ପାତିକାଙ୍କ ସମେତ ଅନ୍ୟ ଅଧିକାରୀ ଓ କନେଷ୍ଟବଳମାନେ ସାମିଲ ହୋଇ ମାସ୍କ ପିନ୍ଧି ନ ଥିବା ଅମାନିଆମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସଚେତନତା ସୃଷ୍ଟି କରିଥିଲେ । ପୋଲିସର ଏପରି ସଚେତନତା ଦିଗକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.