ଆଜି ଠାରୁ କଣ୍ଟେନମେଣ୍ଟ ଜୋନରେ ରହିଲା ରୁପ୍ରାରୋଡ, ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ରହିବ କଟକଣା

କଳାହାଣ୍ଡି, (ନିରଞ୍ଜନ ଗଉଡ): କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିକୁ ଆଜି (ଶୁକ୍ରବାର) ସନ୍ଧ୍ୟା ୭ଟାରୁ ଅପ୍ରେଲ ୧୬ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ବସ୍ତିର ସମସ୍ତ ଗଳିକନ୍ଦି ଓ ଦୋକାନ ବଜାର ବନ୍ଦ ରହିବ। ସପ୍ତାହ ମଧ୍ୟରେ ୧୭ଟି ପଜିଟିଭ କେସ୍ ବାହାରି ଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରୁପ୍ରାରୋଡ ପଞ୍ଚାୟତ ପକ୍ଷରୁ ଏନେଇ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରିବାସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପଞ୍ଚାୟତ ଅଞ୍ଚଳର ସମସ୍ତ ଜନସାଧାରଣ ଏବେ ଠାରୁ ଅଧିକ ସଜାଗ ରହି ମାକ୍ସ ପରିଧାନ, ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର କରିବାସହ କୋଭିଡ ଗାଇଡ ଲାଇନ ମାନି ଚଳିବା ପାଇଁ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.