ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର

କଟକ: ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବା ପ୍ରତିବାଦରେ ଏକ ଦାବିପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ବିଦ୍ୟୁତ ବିଭାଗ ଉପ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କାର୍ଯ୍ୟକର୍ତ୍ତା ସମାଜସେବୀ ପୀୟୂଷ ରଂଜନ ପରିଡା, ଚକ୍ରବର୍ତ୍ତୀ ଓତା, ଲଷ୍ମୀଧର ଜେନା, ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ, ଓମପ୍ରକାଶ ପରିଡ଼ା, ନୃସିଂହ ଚରଣ ସାହୁ, ସଂଜୟ ସାହୁ, ସିଦ୍ଧାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଛନ୍ତି। ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତ୍ତାରେ ଏହା ଏକ ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ଘଟଣା କରୋନା ମହାମାରୀ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ମତବ୍ୟକ୍ତ କରିବା ସହ ଏହି ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.