ବୌଦ୍ଧ: ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୁଲ୍ୟରେ ‘ଜୟ ମା ସାବିତ୍ରୀ ମହିଳା ମଣ୍ଡଳ’ ବାପୁଜୀନଗର ଏବଂ ‘ବୌଦ୍ଧ ମାଟିର ଛୁଆ’ ବୌଦ୍ଧ ଏନ୍ଏସିର ସହଯୋଗରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଛି। ବାପୁଜୀନଗର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବୌଦ୍ଧ ମାଟିର ଛୁଆର ପ୍ରତିଷ୍ଠାତା ନରେଶ ବେହେରା ଯୋଗ ଦେଇ କରୋନାରୁ କିପରି ନିରୋଗୀ ରହିବା, ମାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ବିବିଧ ବିଷୟରେ ଆଲୋକପାତ କରି ଜନ ସଚେତନତା ସୃଷ୍ଟି କରିଥିଲେ।

ଜୟ ମା ସାବିତ୍ରୀ ମହିଳା ମଣ୍ଡଳର ସମ୍ପାଦିକା ଲକ୍ଷ୍ମୀ ମେହେର, କୋଷାଧ୍ୟକ୍ଷା ଧନେଶ୍ୱରି ମେହେର, ଚମ୍ପା ମେହେର, ଝିଲି ମେହେର, ମନ୍ଦାକିନୀ ମେହେର, ବସୁନ୍ଧରା ମେହେର, ସୁନା ମେହେର, ସାକ୍ଷୀ ମେହେର, ଉର୍ମିଳା ମେହେର, ରିତା ମେହେର, ଶୁଭଦ୍ରା ମେହେର, ପୁଟି ମେହେର, ଖୁଳନା ମେହେର, ଅଞ୍ଜୁ ମେହେର, ଅହଲ୍ୟା ମେହେର, ପୂର୍ଣ୍ଣିମା ମେହେର, ଗୀତା ମେହେର, ଶକୁନ୍ତଳା ମେହେର ସହ ଏହି ମହିଳା ମଣ୍ଡଳର ସମସ୍ତ ସଭ୍ୟାଙ୍କ ସମେତ ବୌଦ୍ଧ ମାଟିର ଛୁଆର ସହ ସଂପାଦକ ଅମିତ ମିଶ୍ର ସହଯୋଗ କରିଥିଲେ। ଜାତୀୟ ଯୁବ ସ୍ୱେଚ୍ଛାସେବୀ ଦେବାର୍ଚ୍ଚନ ମେହେର କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBartta.in





