କାଳ ବୈଶାଖୀର ତାଣ୍ଡବ: ଆମ୍ବ ଗଛର ଡାଳ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଲାଞ୍ଜିଗଡ: ଆମ୍ବ ଗଛର ଡାଳ ଭାଙ୍ଗି ପଡିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର କୁମୁଦିନୀ ପ୍ରଧାନୀ(୬୦) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି (ସୋମବାର) ରଘୁନାଥପୁର ଗ୍ରାମର ବାସ ପ୍ରଧାନୀଙ୍କ ପତ୍ନୀ କୁମୁଦିନୀ ପ୍ରଧାନୀ ଛେଳି ଚରାଇବାକୁ ଯାଇଥିଲେ। ସନ୍ଧ୍ୟା ୫ଟାରେ ଛେଳି ନେଇ ଘରକୁ ଫେରୁଥିବା ସମୟରେ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଗାଁ ମୁଣ୍ଡ ସ୍କୁଲ ନିକଟରେ ଥିବା ଆମ୍ବ ଗଛର ଡାଳ ଭାଙ୍ଗି କୁମୁଦିନୀଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ତାଙ୍କ ଗୋଟିଏ ଗୋଡ଼ରେ ଆଘାତ ଲାଗିବା ଦ୍ବାରା ସେ ଗୁରୁତର ହୋଇ ପଡିଥିଲେ। ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ସମୟରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ଗାଁକୁ ଫେରିନଥିବା ଜଣାପଡ଼ିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.