ବେନ୍‌ଗାଁଠାରେ ଖୋଲିଲା ଟୀକାକରଣ କେନ୍ଦ୍ର: ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷଙ୍କ କଥା ରଖିଲେ ଜିଲ୍ଲା ପ୍ରଶାସନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀଙ୍କ ଅନୁରୋଧ ରକ୍ଷାକରି ଘାଟି ଅଞ୍ଚଳ ବେନଗାଁରେ କୋଭିଡ ଟିକାକରଣ କେନ୍ଦ୍ର ଖୋଳିଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଏହି କେନ୍ଦ୍ର ଖୋଳିବାପରେ ଘାଟି ଅଞ୍ଚଳର କାନକୁଟ୍ରୁ, ବେଡାଗାଁ, ବନ୍ଧପାରି, ପାହାଡପଦର, ମାଳିଯୁବାଙ୍ଗ, ଲାଖବାହାଲି, ଲାଞ୍ଜି, କୁମଖାଲ, ବିଜେପୁର, ବେନଗାଁ ଗ୍ରାମପଞ୍ଚାୟତ ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ। ସୋମବାର ଟିକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ବ୍ଲକ ଅଧ୍ୟକ୍ଷ ଇଂ ମାଝୀଙ୍କ ସମେତ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

ପୂର୍ବରୁ ବ୍ଲକର ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲାଞ୍ଜିଗଡରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ଚାଲିଥିଲା। ତେବେ ଉପରୋକ୍ତ ୧୦ଟି ପଞ୍ଚାୟତବାସୀ ଦୂରତା ଓ ଯୋଗାଯୋଗ ଦୃଷ୍ଟିରୁ ଟିକା ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ବେନଗାଁରେ ଏକ ଟିକାକରଣ କେନ୍ଦ୍ର ଖୋଳିବାକୁ ଅନୁରୋଧ କରିବାସହ ଦାବି ପତ୍ର ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଇଂ. ମାଝୀଙ୍କ ଦାବିର ଯଥାର୍ଥତାକୁ ଅନୁଭବ କରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବେନଗାଁଠାରେ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଜି (ସୋମବାର) ପ୍ରଥମ ଦିନରେ ୨୦୦ ଟୀକା ପ୍ରେରଣ କରାଯାଇଥିବା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କା ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.