ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଘଟଣା: ନିନ୍ଦାକଲା ଓକିଲ ସଂଘ

ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସଂଘ ପକ୍ଷରୁ ଉଠିଲା ଦାବି

ବୌଦ୍ଧ: ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କୁ ଠିକାଦାରଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ ପ୍ରସଙ୍ଗରେ ହରଭଙ୍ଗା ଓକିଲ ସଂଘ ଅତିରିକ୍ତ ତହସିଲଦାରଙ୍କ ସପକ୍ଷରେ ମୁହଁ ଖୋଲିଛି। ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଘଟଣାକୁ ଓକିଲ ସଂଘ ନିନ୍ଦା କରିବାସହ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରିଛି। ଅତିରିକ୍ତ ତହସିଲଦାର ହରିଓମ୍‌ ଭୋଇ ପୁରୁଣାକଟକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଦୁଇଜଣ ଠିକାଦାର ଶ୍ରୀନିବାସ ମିଶ୍ର ଓ ପ୍ରଶାନ୍ତ ମହାକୁଡ ତାଙ୍କୁ ଜାତିଆଣ ଆକ୍ଷେପକରି ଧମକ ଦେଇଥିବା ଏତଲାରେ ସେ ଦର୍ଶାଇଛନ୍ତି। ଏ ସଂପର୍କରେ ଅଭିଯୋଗ ହୋଇଥିବା ଠିକାଦାରମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପୁରୁଣା କଟକ ଥାନାରେ ୩୮/ତା ୧୨. ୪.୨୧ ରେ ଆଇ.ପି.ସି.ର ଧାରା ୨୯୪, ୪୪୮,୫୦୬,୩୪ ଆଇ.ପି.ସି. ଓ ଏସ.ସି.,ଏସ.ଟି. ଆକ୍ଟର ୩(ଆଇ), (ଏଚ) ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍‌ ମାମଲାର ତଦନ୍ତ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ହରଭଙ୍ଗା ବ୍ଲକରେ ପଥରକ୍ୱାରୀ ଓ ବାଲିଘାଟ ସଂପର୍କରେ ନିଆଯାଇଥିବା କେତେକ ନିଷ୍ପତ୍ତି ବିବାଦରେ ରହିଛି।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.