ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ: ଅଧ୍ୟକ୍ଷଙ୍କୁ ଘେରିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ

ବୌଦ୍ଧ: ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେବା ଓ ଆଶାଳୀନ ଭାଷା ବ୍ୟବହାର କରିବା ପ୍ରତିବାଦରେ ଆଜି ସକାଳୁ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ହାଇ ଥିବା ଦେଖିବାକୁ ମିଳିଛି। ପ୍ରାପୁ ସୂଚନା ଆଧାରରେ ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ, ତାତିରୁ ରକ୍ଷା ପାଇଁ କୁଲର ବ୍ୟବସ୍ଥା କରିବାସହ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ। ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ଏଥିରେ ପିଲା ମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଓ କରିଥିବା ଜଣା ପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବୌଦ୍ଧ ସହର ଠାରୁ ବଘିଆପଡା ରାସ୍ତାର ନୁଆପାଲି ଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି। ଗମନାଗମନର ସୁବିଧା ନ ଥିବାରୁ ଅନେକ ଛାତ୍ର ଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଭିତ୍ତିଭୂମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.