ଡ଼ଃ. ବି.ଆର୍. ଆମ୍ବେଦକରଙ୍କ ନୀତି ଓ ଆଦର୍ଶ କାଳଜୟୀ ହୋଇ ରହିବ

ବିଶ୍ୱନାଥପୁରଠାରେ ବାବାସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

ଲାଞ୍ଜିଗଡ଼: ବିଶ୍ୱନାଥପୁର କଲୋନୀପଡ଼ାଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସେନ ଲାଞ୍ଜିଗଡ଼ ଓ ମାଁ ଠାକୁରାଣୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ବାବାସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କଳାହାଣ୍ଡି ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡି, ଏଓଏସ୍‌ସିଏଫର ଉପଦେଷ୍ଟା ନବୀନ ସୁନା, ମା ଠାକୁରାଣୀ ଯୁବକ ସଂଘର ସଭାପତି ଭକ୍ତ ଗରଡିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଲାଞ୍ଜିଗଡ ଶାଖାର ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପାଳଦାସ ମହାନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ ।


ବିଶ୍ୱରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ସାରା ବିଶ୍ୱରେ ଗ୍ରହଣୀୟ ହୋଇପାରିଛି । ତାଙ୍କ ଲିଖିତ ସମ୍ବିଧାନ ଆଧାରରେ ଦେଶ ପରିଚାଳିତ ହେଉଥିବାବେଳେ ଯୁବପିଢି ତାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆଗକୁ ବଢିଲେ ଦେଶ ଓ ଜାତିର ଉନ୍ନତି ସାଧିତ ହୋଇପାରିବ । ସେହିପରି ଆମ୍ବେଦକରଙ୍କ ପରିଚାଳିତ ମାର୍ଗରେ ଶିକ୍ଷିତ ଓ ସଂଗଠିତ ହେଲେ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱନାଥପୁର କଲୋନୀପଡାର କୁମୁଦ ବାଗ, ଜିତେନ୍ଦ୍ର ନାଏକ, ସାଗର ନାଏକ, ସୁଶାନ୍ତ ନାଏକ, ବଳଦେବ ନାଏକ, ଚକ୍ର ଗରଡିଆ, ହେମନ୍ତ ନାଏକ, ଗନ୍ଧର୍ବ ନାଏକ, ଗୁପ୍ତ ବାଗ, ନୀଳାଞ୍ଚଳ ଛତ୍ରିଆ, ପିତବାସ ବାଗ, ପ୍ରଶାନ୍ତ ଗରଡିଆ, ସଞ୍ଜୀବ ନାଏକ, ଯଶୋବନ୍ତ ବାଗ ପ୍ରମୁଖ ସହଯୋଗ କରିଥିବାବେଳେ ପରିଶେଷରେ ଅକ୍ଷୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.