ରାଜ୍ୟରେ ଜରୁରୀ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ଗଠିତ ହେଲା ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ରାଜ୍ୟରେ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀ ଉପରେ ହେଉଥିବା କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ତତ୍ପର ହୋଇପଡ଼ିଛନ୍ତି କ୍ରାଇମବ୍ରାଞ୍ଚ ଓ ପୋଲିସ୍ ପ୍ରଶାସନ। ଏଥିପାଇଁ ଗଠନ କରାଯାଇଛି ୨୩ଟି ସ୍କ୍ୱାଡ। ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାଡ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସ୍କ୍ୱାଡ଼ ନିୟମିତ ଭାବରେ ଷ୍ଟକ୍‌ ଯାଞ୍ଚ କରିବେ। ଯଦି କିଛି କଳାବଜାର ହେଉଥିବ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.