ୟୁଜିଏମଆଇଟି ରାୟଗଡ ଠାରେ ଉତ୍କଳଗୈାରବ ମଧୁସୂଦନ ଦାସଙ୍କର ୧୭୪ତମ ଜନ୍ମ ଜୟନ୍ତି ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ଆଜି ଉତ୍କଳର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୪ତମ ଜନ୍ମଦିବସ ରାଜ୍ୟସାରା ପାଳିତ ହେଉଛି । ଏହି ଅବସରରେ ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ (ୟୁଜିଏମଆଇଟି) ରାୟଗଡ଼ ଠାରେ ବରେଣ୍ୟ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ କୋଭିଡ-୧୯ ନିୟମ ମାନି ସାମାଜିକ ଦୂରତା ବଜାୟ ରଖି ଶିକ୍ଷାନୁଷ୍ଠାନର ଭାରପ୍ରlପ୍ତ ଅଧ୍ୟକ୍ଷ ବିମ୍ବାଧର ସାହୁ ଓ ପୁରାତନ ଛାତ୍ର ତଥା ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁଙ୍କ ଉପସ୍ଥିତିରେ ଜନ୍ମଜୟନ୍ତୀ ପାଳନ କରିବା ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଅଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ, ମୁଖ୍ୟ ଅତିଥି ସବ୍ୟସାଚୀ ସାହୁ ଏବଂ ଅଧ୍ୟାପକମାନେ ମଧୁବାବୁଙ୍କ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଉତ୍କଳର ସମୃଦ୍ଧି ପାଇଁ ସମସ୍ତ ଅବଦାନ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ, ଶିଶିର କୁମାର କପlଟ, ସତ୍ୟନାରାୟଣ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ମହାରଣା, ସୁବ୍ରତ କୁମାର ସ୍ବାଇଁ, ଜ୍ୟୋତି ପ୍ରକାଶ ଗିରି, ଏ.ଭି.ଜି.କେ ଦାସ, ଶ୍ରୀମତୀ ସୁଶୀଳା ସାହୁ ଓ ଶ୍ରୀମତୀ ସରିତା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.