ଜିଆରଏସ ବିକାଶ ନାଏକଙ୍କ ଦେହାନ୍ତ

ନର୍ଲା/ଲାଞ୍ଜିଗଡ଼: କୋରନା ଛଡାଇ ନେଇଛି ଆଉ ଜଣେ ଜିଆରଏସଙ୍କ ଜୀବନ। ଲାଞ୍ଜିଗଡ ବ୍ଲକ ବସନ୍ତପଡା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବିକାଶ ନାଏକ ଆଜି କାମଠଣା ସ୍ଥିତ କୋଭିଡ ହସ୍ପିଟାଲ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ଜନ୍ମମାଟି ନର୍ଲା ବ୍ଲକ କର୍ମେ ଗାଁରେ ଶୋକର ଛାୟା ଖେଳି ଯାଇଛି। ପ୍ରାପ୍ତ ସୂଚନା ଆଧାରରେ ଗତ କିଛି ଦିନ ତଳେ ସେ କୋରନା ସଂକ୍ରମିତ ହୋଇ ଭବାନୀପାଟଣା ନିକଟସ୍ଥ କାମଠଣା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ମାସେ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏବେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବିକାଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ଘରେ ସ୍ବର୍ଗତ ବିକାଶଙ୍କ ଧର୍ମପତ୍ନୀ ଏବଂ ୧୦ବର୍ଷ ଓ ୭ବର୍ଷର ଦୁଇ ଶିଶୁ ପୁତ୍ର ଅଛନ୍ତି। ସ୍ବର୍ଗତ ନାଏକ ଜଣେ ମେଳାପି ଓ ବନ୍ଧୁ ପ୍ରେମୀ ବ୍ୟକ୍ତି ଥିଲେ। ତାଙ୍କର ଅକାଳ ବିୟୋଗରେ ନର୍ଲା ଓ ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.