ଭୋକର ଜ୍ୱାଳାରେ ଅସହାୟ ମଣିଷ: ପ୍ରଶାସନ ଚୁପ

ରାସ୍ତା କଡର ପଚାଷଢା ଖାଦ୍ୟ ଖାଇ କ୍ଷୁଧା ମେଣ୍ଟାଇବାର ପ୍ରୟାସ କରୁଛନ୍ତି ଅସହାୟ

Omkar Vasthu
Omkar Vasthu

କୋରାପୁଟ: ମହାମାରୀ କରୋନାର କରାଳ କାୟାରେ କବଳିତ ହୋଇଛି ସାରା ବିଶ୍ବ। ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ଯୋଗୁଁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ହୋଇଛି। ସପ୍ତାହର ଶନିବାର ଏବଂ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହୁଛି। ଏହାସହ ୧୪ଦିନିଆ ଲକଡାଉନରେ ରହିଛି ରାଜ୍ୟ। ଏହି ପରିପ୍ରେକ୍ଷୀରେ ଏବେ କୋରାପୁଟର ଅସହାୟ ମାନଙ୍କ କଥା ନ କହିଲେ ଭଲ। ଭୋକର ଜ୍ବଳା ଯେ କେତେ ଭୟଙ୍କର ତାହା ଦେଖିବାକୁ ମିଳିଛି ଏହି ଚିତ୍ରରୁ। କରୋନା ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ଏହି ଅସହାୟ ଜଣକ କୋରାପୁଟ ଶିଶୁ ଉଦ୍ୟାନ ସମୁଖରେ ପଡିରହିଥିବା କିଛି ଫୋପଡା ଯାଇଥିବା ଖାଦ୍ୟ ଭକ୍ଷଣ କରି ଭୋକର ଜ୍ୱାଳାକୁ କିଞ୍ଚିତ ନିୟନ୍ତ୍ରଣ କରିଛନ୍ତି। ଏହି ଚିତ୍ର ଦେଖିବାପରେ ରାସ୍ତା କଡର ଅସହାୟଙ୍କୁ ଖାଦ୍ୟ ପ୍ରଦାନ ପାଇଁ କିଛି ସରକାରୀ ଯୋଜନା ଅଛି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଅଛି ତେବେ ତାହାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିବା ମଧ୍ୟ ସ୍ବଭାବିକ। କାରଣ ଏମିତି ଅନେକ ଅସହାୟ ଭୋକ ବିକଳରେ ପଚା ଷଢା ଜିନିଷ ଖାଇ କ୍ଷୁଧା ମେଣ୍ଟାଇବାର ପ୍ରୟାସ କରୁଛନ୍ତି। ଏମିତି ବ୍ୟକ୍ତି ମାନଙ୍କ ପାଇଁ କ’ଣ ସରକାର ଓ ପ୍ରଶାସନର କିଛି ଦାଇତ୍ବ ନାହିଁ? ଏଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.