କୋରାପୁଟ: କୋରାପୁଟ ଜିଲ୍ଲା ଆଦିବାସୀ ଏବଂ ଗବେଷଣା କେନ୍ଦ୍ର ପରିଷଦ(କୋଟ୍ସ) ପରିସରରେ ସାମାଜ ତତ୍ତ୍ୱ ଶୀର୍ଷକ ଏକ ପାଠ୍ୟ ଆଲୋଚନା ଚକ୍ର ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଛି। ଏଥିରେ ସାମାଜିକ ତତ୍ତ୍ୱବିତ୍ ଅଧ୍ୟାପକ କାର୍ତ୍ତିକ ଲେଙ୍କା ସଭାପତିତ୍ୱ କରି ସମାଜ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଏବଂ ସମାଜର ବିଭିନ୍ନ ଭୌଗଳିକ ତଥ୍ୟ କିଭଳି ଏକ ଗବେଷଣା ଉପରେ ପର୍ଯ୍ୟବେଷିତ ତାହାକୁ ନେଇ ଏକ ପରିସଂଖ୍ୟାନ ତଥ୍ୟ ଉପସ୍ଥିତ ପାଠକଙ୍କ ସମୁଖରେ ରଖିଥିଲେ। ଏହାକୁ ଲୋକଲୋଚନକୁ ଆଣିବାକୁ ଆମ୍ଭ ପିଢ଼ିମାନଙ୍କର ଅଭ୍ୟାସଗତ ରୁଚି ରହିବା ମଧ୍ୟ ଆବଶ୍ୟକ ବୋଲି ସେ ମତ ପୋଷଣ କରିଥିଲେ। ଶ୍ରୀଯୁକ୍ତ ଲେଙ୍କା ସାମାଜିଜ ସଂସ୍କୃତି ଏବଂ ଗବେଷଣାକୁ ନେଇ ବିଭିନ୍ନ ଦାର୍ଶନିକଙ୍କ ଚିନ୍ତାଧାରାକୁ ଆଧୁନିକ ରୂପ ଦେବାରେ ସାମାଜିକ ତତ୍ତ୍ୱ ହାସଲ କରିବାର ପ୍ରାୟୋଜିତ ଭୂମିକା ସମସ୍ତ ବ୍ୟକ୍ତିବିଶେଷଙ୍କର ରହିଛି ବୋଲି ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗବେଷଣା କେନ୍ଦ୍ରର କର୍ମକର୍ତ୍ତା ଅଶୋକ ନନ୍ଦ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ରରେ ପାଠକ ଶ୍ୟାମସୁନ୍ଦର ନାୟକ, ବିଷ୍ଣୁ ହାତୀ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ସ୍ୱରୂପ ଆଲୋଚ୍ୟ ସାରାଂଶ ବୁଝିବା ସହ ଶ୍ରୀଯୁକ୍ତ ଲେଙ୍କାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।