ଦ୍ୱିତୀୟ ଦିନରେ ବିଭିନ୍ନ ଗାଁକୁ ଯାଇ ସେବା ଯୋଗାଇଲା ରାଜସ୍ୱ ସେବା ରଥ, କୃତଜ୍ଞତା ଜ୍ଞାପନ କଲେ ହିତାଧିକାରୀ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ତହସିଲ କାର୍ଯ୍ୟାଳୟ ତରଫରୁ ଆଜି ଦ୍ୱିତୀୟ ଦିବସରେ ରାଜସ୍ୱ ରଥ ଆଉ କିଛି ଗାଁ ଯାଇ ସେବା ପହଂଚାଇଛି । ତହସିଲଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ଦ୍ୱିତୀୟ ଦିବସରେ ତଳସାଗରପଡ଼ା, ଧୂମାଭଟା, କୁମେରପଟା, ଜାମଲାଖବାହାଲି, ଅଲାତରା ଗ୍ରାମକୁ ଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ତପୋବନ ବାରିକ, ରାଜସ୍ୱ ନିରୀକ୍ଷକ ରଞ୍ଜିତା ପଧାନ, ମୁନସିରାମ ମାଝୀ, ବରିଷ୍ଠ ରାଜସ୍ୱ ସହାୟକ ସୁରେଶଚନ୍ଦ୍ର ମାଣ୍ଡେସ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି ରଥ ଜରିଆରେ ଗାଁରେ ରାଜସ୍ୱ ସେବା ପହଂଚିପାରୁଥିବାରୁ ହିତାଧିକାରୀମାନେ ସେବା ପ୍ରଦାନକାରୀଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏବଂ କରୋନା ସମୟ ତଥା ଲକଡ଼ାଉନ ସମୟରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, କରୋନା ସଂକଟ ମଧ୍ୟରେ ଏହି ରଥ ଗାଁ ଗାଁକୁ ଯାଇ ଲୋକଙ୍କୁ ବିବିଧ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଜମି ପଟ୍ଟା ଆଦି ସେବା ଯୋଗାଇ ଦେଉଛି। ଏସବୁ ସେବା ପାଇଁ ବର୍ତ୍ତମାନର ସମୟରେ ରାଜସ୍ୱ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟ ତଥା ଜନସେବା କେନ୍ଦ୍ରକୁ ଯିବାକୁ ଆଉ ଜିବାକୁ ପଡ଼ିବ ନାହିଁ। କରୋନା ମହାମାରୀ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଏହି ସେବା ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ ସୁଯୋଗ ଦିଆଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.