କରୋନାରେ ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

କଳାହାଣ୍ଡି: ନର୍ଲା ବ୍ଲକ ଅନ୍ତର୍ଗତ ଖଇରମାଳ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁମେଶ୍ୱର ମାଝୀ କୋରନାରେ ଆକ୍ରାନ୍ତ ହୋଇ ଗତ ସପ୍ତାହରେ ପ୍ରାଣ ହରାଇଥିଲେ। ଏହି ଦୁଃଖଦ ଘଟଣା ପରେ ଖଇରମାଳ କ୍ଲଷ୍ଟରର ସିଆରସିସି ଟଙ୍କଧର ନିଆଲଙ୍କ ସହିତ ଶିକ୍ଷକ ସୁବାସ ମାଝୀ, ଆମରସିଂ ମାଝୀ, ସତ୍ୟନାରାୟଣ ମାଝୀ, ରୋମାଞ୍ଚଳ ସେନାପତି ପ୍ରମୁଖ ସ୍ବର୍ଗତ ମାଝୀଙ୍କ ବୁଦେଲଗୁମା ଗ୍ରାମ ସ୍ଥିତ ବାସ ଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ୧୭,୫୦୦ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ସ୍ବର୍ଗତ ମାଝୀ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାବେଳେ ବର୍ତମାନ ତାଙ୍କ ଘରେ ଜଣେ ବୃଦ୍ଧାମା, ଛୋଟ ଛୋଟ ତିନି ପୁୁଅ ଝିଅ ରହିଥିବା ବେଳେ ଏହି ଅସହାୟ ପରିବାରକୁ ସରକାର ତରଫରୁ ସାହାଯ୍ୟ କରିବାକୁ ଦାବିହେଉଛି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.