ବ୍ଲକ ପ୍ରଶାସନ ପକ୍ଷରୁ ୫ଜଣ କିନ୍ନରଙ୍କୁ ଦିଆଗଲା ଭତ୍ତା

● ୧୭ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ ପାଇଁ ସ୍ଥିର କରାଯାଇଥିବା ବେଳେ କରୋନା ମହାମାରୀ ଯୋଗୁଁ ୧୨ଜଣ ଉପସ୍ଥିତ ହୋଇନଥିବା କାରଣରୁ ୫ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ କରାଯାଇଛି

Omkar Vasthu
Omkar Vasthu

ଗୁଣୁପୁର/ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ୫ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ରାମନାଗୁଡା ବିଡ଼ିଓ ବେଣୁଧର ଶବର, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ମା ମାଝିଗୈରୀ ସଂଗଠନ ଜିଲ୍ଲାସମ୍ପାଦକ ପିଙ୍କି ମହାପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଉପସ୍ଥିତ ରହି ଭତ୍ତା ପ୍ରଦାନ କରିଥିଲେ। ପ୍ରଶାସନ ପକ୍ଷରୁ ୧୭ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ ପାଇଁ ସ୍ଥିର କରାଯାଇଥିବାବେଳେ କରୋନା ମହାମାରୀ ଯୋଗୁଁ ୧୨ଜଣ ଉପସ୍ଥିତ ହୋଇନଥିବା କାରଣରୁ ୫ଜଣ କିନ୍ନରଙ୍କୁ ୫ଶହ ଟଙ୍କା ଲେଖାଏଁ ୨ମାସର ୧ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଭତ୍ତା ପ୍ରଦାନ କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାମନାଗୁଡାରୁ ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.