୧୮ରୁ ୪୪ବର୍ଷିୟଙ୍କୁ ଟୀକାକରଣ ଅବହେଳାକୁ ନେଇ ବିଜେପି ରାୟଗଡ ନଗର କମିଟିର ଧାରଣା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ୧୮ରୁ ୪୪ବର୍ଷିୟଙ୍କୁ ଟୀକାକରଣ ପ୍ରଦାନରେ ଅବହେଳାକୁ ନେଇ ଭାରତୀୟ ଜନତା ପାର୍ଟି ରାୟଗଡ ନଗର କମିଟି ସଭାପତି ଶ୍ୟାମ କୁମାର ଦାସଙ୍କ ନେତୃତ୍ନରେ ଆଜି ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ କରୋନା ନିୟମ ପାଳନ କରି ବିଜେପି କାର୍ଯ୍ୟକର୍ତାମାନଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା। ରାଜ୍ୟ ସରକାର ୧୮ରୁ ୪୪ବର୍ଷିୟ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ଘୋଷଣା କରିବା ସ୍ୱତେ ରାୟଗଡ ଜିଲ୍ଳାରେ ଟୀକାକରଣ କରାଯାଉ ନ ଥିବାରୁ ପ୍ରଶାସନର ଅବହେଳାକୁ ପ୍ରତିବାଦ କରି ଯଥାଶୀଘ୍ର ଟୀକାକରଣ ଆରମ୍ଭ କରିବା ପାଇଁ ବିଜେପି ନଗର କମିଟି ତରଫରୁ ଦାବି କରାଯାଇଛି।

ବର୍ତମାନ ଟୀକାକରଣ ପର୍ଯ୍ୟାୟ ତାଲିକାରେ ରାୟଗଡ ଜିଲ୍ଳା ନ ଥିବାରୁ ଟୀକାକରଣ ବିଳମ୍ବ ହେଉଥିବା ଏବଂ ଆଗାମୀ ପର୍ଯ୍ୟାୟରେ ଜିଲ୍ଳାର ନାମ ରହିଲେ ତୁରନ୍ତ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ପ୍ରକାଶ କରିଥିବା ବେଳେ ଯଦି ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଆସିବା ପରେ ଟୀକାକରଣ କରାନଯାଏ ତାହାହେଲେ ପୁର୍ନବାର ଆନ୍ଦୋଳନ କରାଯିବ ବୋଲି ବିଜେପି ନଗର କମିଟି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏହି କାର୍ଯକ୍ରମରେ ସଭାପତି ଶ୍ରୀ ଦାସଙ୍କ ସମେତ ଶ୍ରୀମତି ମଂଜୁଳା ମିଣିଆକା, ଶ୍ରୀମତି ଝରଣା ମହାନ୍ତି, ଅଜୟ ଶର୍ମା, ଜଗଦିଶ ସୁନାରୀ, ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ କୁମାର ପାଣିଗ୍ରାହୀ, ସୁଶାନ୍ତି ମିଶ୍ର, ଏମ.ବିଦ୍ୟା ସାଗର, ଗୋପାଳ କୃଷ୍ଣ ପାଢୀ, ଜୟରାମ ବର୍ମା, ଟି.ନାଗାରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.