କଟକ: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ନେମାଳ ପଞ୍ଚାୟତର ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ, ନେମାଳ ବଜାର, ଓରିକଣ୍ଟା ବଜାର, ନେମାଳ ଥାନା, ସ୍ଥାନୀୟ ଗ୍ରାମ, ଜନଗହଳି ପୂର୍ଣ ଅଞ୍ଚଳ, ସାନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ, ସଚେତନତା ପ୍ରଚାର ପତ୍ର ଓ ନୋଜମାସ୍କ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମକୁ ପରିଷଦର ପ୍ରଦୀପ୍ତ କୁମାର ବାରିକ, ମନୋଜ ଲେଙ୍କା, ତପନ ମଲ୍ଲିକ, ସତ୍ୟବ୍ରତ ବାରିକ, ଦେବି ପ୍ରସାଦ ପୁହାଣ, ମୀନକେତନ ମହାନ୍ତି, ଜାନକୀ ବଲ୍ଲଭ ମହାନ୍ତି ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ବିଶୋଧନ କାର୍ଯ୍ୟକ୍ରମ ସହ ଜନସଚେତନତା ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତ୍ତା ମାନଙ୍କୁ ନିବେଦନ କରିଛନ୍ତି।




