ମାଣ୍ଡେଲ ସାନ ଗୌନ୍ତିଆଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମର ସାନ ଗୌନ୍ତିଆ ଗୋପବନ୍ଧୁ ନାଏକଙ୍କ ଦେହାନ୍ତ ହୋଇଯାଇଛି। ୯୭ ବର୍ଷ ବୟସରେ ଆଜି ରାତି ୩ ଘଣ୍ଟା ସମୟରେ ସେ ତାଙ୍କ ମାଣ୍ଡେଲ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବୟସାଧିକ୍ୟ କାରଣରୁ ଦୀର୍ଘ ଦିନରୁ ଶଯ୍ୟାଶାୟୀ ରହିଥିଲେ ସ୍ୱର୍ଗତ ନାଏକ। ତାଙ୍କର ୩ ପୁଅ ଓ ୩ ଝିଅ ଏବଂ ୭ ରୁ ଉର୍ଦ୍ଧ୍ୱ ନାତି ନାତୁଣୀ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସ୍ୱର୍ଗତ ଶ୍ରୀ ନାଏକ ଅଞ୍ଚଳର ଜଣେ ବରିଷ୍ଠ ଜଣାଶୁଣା ଚାଷୀ ହୋଇଥିବା ବେଳେ ଉନ୍ନତ ମାନର କୃଷି ପାଇଁ ବିଭିନ୍ନ ସମୟରେ ବ୍ଲକ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିଲେ।

Omkar Vasthu
Omkar Vasthu


ସେ ଏକାଧାରରେ ଜଣେ ପ୍ରଗତିଶୀଳ ଚାଷୀ ହେବା ସହିତ ଧର୍ମାତ୍ମା ବ୍ୟକ୍ତି, କର୍ମଯୋଗୀ, ସ୍ନେହି, ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ। ତାଙ୍କ ତିନି ପୁଅ କିଶୋର ଚନ୍ଦ୍ର, ଉମାକାନ୍ତ ଓ ନାରାୟଣଙ୍କ ସମେତ ନାତି ବଡକାଲିଆ, ସାନ କାଲିଆ, ସମୀର, ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଦିଲୀପ ନାଏକ, ସୁରେଶ ନାଏକ ପ୍ରମୁଖ କୋଭିଡ କଟକଣା ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna


ତାଙ୍କ ବିୟୋଗରେ ସାରା ନର୍ଲା ଅଞ୍ଚଳ ଓ ମାଣ୍ଡେଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମାଣ୍ଡେଲ ସରପଞ୍ଚ ଶ୍ରୀମତୀ ମନୋରମା ବାରିକ, ଯୁବ ସମାଜସେବୀ ତଥା ବିଜେଡି ଜିଲ୍ଲା ଉପସଭାପତି ବାବୁଲି ମଣ୍ଡଲ, ସମାଜସେବୀ ମନୋଜ ପଟ୍ଟନାୟକ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ବିଧାୟକଙ୍କ ସ୍ୱତନ୍ତ୍ର ପ୍ରତିନିଧି ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ, ବିଶିଷ୍ଟ ଶିକ୍ଷାବିତ୍ ତପନ କୁମାର ଭୋଇଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.