ଗାୟତ୍ରୀ ପରିବାର ପକ୍ଷରୁ ଗୁଳୁଚି ଓ ଔଷଧୀୟ ଚାରା ବଣ୍ଟନ

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଅଭିନବ ପ୍ରୟାସ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଗାୟତ୍ରୀ ପରିବାର ପକ୍ଷରୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଆଜି ନିଶ୍ଲୁକରେ ଗୁଲୁଚି ଓ ଅନ୍ୟ ଔଷଧୀୟ ଚାରା ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେଂଚ୍ୟୁରିଆନ୍ ପବ୍ଳିକ ସ୍କୁଲର ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଲୋକଙ୍କୁ ଚାରା ବଂଟନ କରିଥିଲେ ।

Omkar Vasthu
Omkar Vasthu


ରାୟଗଡ ସହରରେ ସମସ୍ତଙ୍କ ଘରେ ଘରେ ନିଶୁକ୍ଳରେ ଔଷଧୀୟ ଗୁଲୁଚି ଗଛ ରୋପଣ କରାଯିବା ପାଇଁ ଗାୟତ୍ରି ପରିବାର ପକ୍ଷରୁ ସଂକଳ୍ପ କରାଯାଇଛି । ଗୁଲୁଚି ଗଛରେ ଥିବା ଔଷଧୀୟ ଗୁଣ ଯୋଗୁଁ ଏହାକୁ ସବୁଦିନେ ସେବନ କଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ମହାମାରୀ କରୋନାରୁ ମଧ୍ୟ ରକ୍ଷା ମିଳିପାରିବ ତଥା ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ମିଳିବ ବୋଲି ଗାୟତ୍ରୀ ପରିବାର ପକ୍ଷରୁ କୁହାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ମଧ୍ୟ ଗାୟତ୍ରୀ ପରିବାର ପକ୍ଷରୁ ଏକ ଗୁଳୁଚି ଚାରା ପ୍ରଦାନ କରାଯାଇଥିଲା । ସେହିପରି ଆଗାମୀ ଦିନରେ ୧୦ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଂଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଗାୟତ୍ରୀ ପରିବାର ସଦସ୍ୟ ସୁଧୀର କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.