ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଠାରେ ବିଶ୍ୱ ପରିବେଶ ଦିବସ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀ ଶଙ୍କର ସଂସ୍କୃତିକ ଅନୁଷ୍ଠାନ ସରିଆଁ, ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଉତ୍ତର ବନବିଭାଗ ଆନୁକୂଲ୍ୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଠାରେ ବୃକ୍ଷରୋପଣ କରି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଜୈବ ବିବର୍ତ୍ତନ ଫଳରେ ଆମ ବାୟୁମଣ୍ଡଳ ଧୀରେ ଧୀରେ ପ୍ରଦୂଷିତ ହେବାକୁ ଲାଗିଛି। ମଣିଷ ଏହି ଦୂଷିତ ବାୟୁ ସେବନ କରି ଜୀବନକୁ ସଂକଟମୟ କରୁଛି। ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ତର ବନଖଣ୍ଡର ଶାନ୍ତପୁର ବନପାଳ ରତ୍ନାକର ଧରୁଆ, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ, ପାର୍ଟନର ଏନଜିଓର ଡିଓ ଉମେଶ ଚନ୍ଦ୍ର ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ଶୁକଦେଵ ସାହୁ, ସହ ସମ୍ପାଦକ ରଶ୍ମି ରଞ୍ଜନ ସାଙ୍କ ସମେତ ଅନୁଷ୍ଠାନର ସଦସ୍ୟ ସୋମ୍ୟରଂଜନ ସା, ଅସୀମ ଭୋଇ , ସୌରଭ ଭୋଇ, ଅବନୀ ରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.