କଳାହାଣ୍ଡି ଥିଏଟର ଓ ଏସଏସ ମ୍ୟୁଜିକ ପକ୍ଷରୁ ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: କଳାହାଣ୍ଡି ଥିଏଟର ଓ ଏସଏସ ମ୍ୟୁଜିକ ପକ୍ଷରୁ ବରିଷ୍ଠ କଳାକାର ତଥା ସମ୍ବଲପୁରୀ ଚଳଚ୍ଚିତ୍ର ‘ଶଲାବୁଢ଼ା’ର ମୁଖ୍ୟ ଅଭିନେତା ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି ସଭାରେ କଳାହାଣ୍ଡି ଥିଏଟରର ଆବାହକ ଦୀପ୍ତିମୟୀ ସିଂ ସଭାପତିତ୍ୱ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ନାଟ୍ୟ ଭୂଷଣ ପ୍ରଦୀପ ଡି. ମାଝୀ, ନାଟ୍ୟକାର ପୁରୁଷୋତ୍ତମ ମିଶ୍ର, ଅଭିନେତା କ୍ଷୀରୋଦ ବିହାରୀ ବିଶ୍ୱାଳ, ନାଟ୍ୟକାର ବିରଞ୍ଚି ନାରାୟଣ ମୁଣ୍ଡ ଓ ଅଭିନେତ୍ରୀ ଲୋଚନୀ ବାଗ ଯୋଗଦେଇ ବିଶିଷ୍ଠ ଅଭିନେତା ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟ ଜୀବନ ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ମିନତୀ ପ୍ରଧାନ, ସବିତା ଶତପଥୀ, ସାବିତ୍ରୀ ମହାରଣା, କାଜଲ ମହାରଣା, ନଳିନୀ କାନ୍ତ ଦାସ, କୁଳମଣି ସାହୁ, ନାଥ ସାହୁ, ଡିଲେଶ୍ୱର ରଣା, ଲିଲେଶ ସାହୁ, ସତ୍ୟରଞ୍ଜନ ସାହୁ, କ୍ରିଷ୍ଣl ମହାପାତ୍ର, ଚନ୍ଦ୍ରିକା ପାତ୍ର, ରମାକାନ୍ତ ସିଂ ସାହାଣୀ, ପ୍ରୀତିମୟୀ ରଥ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ଅଜିତ ସାହୁ, ଦେବନ୍ତକ ରଣା, ଦୀପ୍ତି ମୁଣ୍ଡ, ରଶ୍ମି ପ୍ରଧାନ, ସୌରଭ ମହାପାତ୍ର ଓ ଜନ୍ମଜୟ ରଣା ପ୍ରମୁଖ ଯୋଗ ଦେଇଥିଲେ। ଦକ୍ଷ ସାହୁ ସଭା ପରିଚାଳନା କରିଥିବାବେଳେ କ୍ଷୀରସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.