ବୃକ୍ଷରୋପଣ ପ୍ରସ୍ତୁତିକୁ ନେଇ ଜିଲ୍ଲା ଯାଦବ ମହାସଭାର ଭର୍ଚୁଆଲ୍ ବୈଠକ

ବଲାଙ୍ଗୀର: ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ପକ୍ଷରୁ ଭର୍ଚୁଆଲ ମୋଡରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ସାରା ଏକଦିବସୀୟ ବୃକ୍ଷ ରୋପଣ ଉପରେ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। 

ଗତ ବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲା ସାରା ବୃକ୍ଷରୋପଣ କରାଯିବାର ସିଦ୍ଧାନ୍ତ ନିଆଯାଇଛି। ଆଗାମୀ ଜୁଲାଇ ୧ ତାରିଖରେ ଜିଲ୍ଲା ଯାଦବ ମହାସଭା ତରଫରୁ ବୃକ୍ଷ ରୋପଣ କରାଯିବ ବୋଲି ମହାସଭା ପକ୍ଷରୁ ସୂଚନା ଦିଆଯାଇଛି।

ଜୁମ୍ ଆପ୍ ମାଧ୍ୟମରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀଙ୍କ ସମେତ ସାଧାରଣ ସମ୍ପାଦକ ପ୍ରଦୀପ ସେଲମା, ସଂଯୋଜକ ମନୋଜ ହାତୀ, ଉପଦେଷ୍ଟା ପିତାମ୍ବର ବଗର୍ତ୍ତୀ, ରାଜ୍ୟ ଛାତ୍ର ସଂଘର ସାଧାରଣ ସମ୍ପାଦକ ଦିନେଶ ନାଗ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଦିଲୀପ ରାଜପାଲିଆ, ଜୟଦେବ ଜାଲ, ବିନୋଦ କଲସାଏ, ସନ୍ଦୀପ ବାଗ, ଘନଶ୍ୟାମ ମନହିରା, ନୀଳମଣି ଦୀପ, ଖୁସିରାମ ବଗର୍ତ୍ତୀ, ରୁଲି ହର୍ଣ୍ଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରବକ୍ତା ଗୌର ରାଜପାଳିଆ ସଭା ପରିଚାଳନା କରିଥିବା ବେଳେ ଯୁବ ଯାଦବ ସଂଗଠକ ହରିଶ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.