କୋଭିଡ୍ ଟିକା କରଣ ନେଇ ଯୁବ ଯାଦବ ମହାସଭାର ଆଲୋଚନା ଚକ୍ର

କଳାହାଣ୍ଡି: ଅଖିଳ ଭାରତବର୍ଷିୟ ଯୁବ ଯାଦବ ମହାସଭା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଏକ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରିୟ ଯୁବ ସଭାପତି ଇଂ. ପ୍ରଦୀପ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଭର୍ଚୁଆଲ ମିଟ୍ ରେ କୋଭିଡ୍ ଟିକାକରଣକୁ ନେଇ ଆଲୋଚନା ହୋଇଥିଲା। କୋଭିଡ୍ ଟିକା କରଣ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂରକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ପଞ୍ଚିକରଣ କରିବା ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ସହସମ୍ପାଦକ ତ୍ରିଲକ୍ଷ ନାଏକ, ହିମାଞ୍ଚଳ ରାଉତ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବାଗ, ମିଡିଆସେଲ ସଂଯୋଜକ ସୁରଥ ହେର୍ଣ୍ଣା, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ସହ ଅମ୍ବରେଶ ଯାଦବ, ଗୋପାଳ ଭାଟି ଯାଦବ, କେଶବ ସୁନାନୀ, ଜିତୁ ପୋଢ, ଗୁଣଧର ଗୋପାଳ ପ୍ରମୁଖ ଯୁବ ଯାଦବମାନେ ଉପସ୍ଥିତ ଥିଲେ। ଯାଦବ ସଂଗଠକ ନନ୍ଦଲାଲ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.