ଜଳକଷ୍ଠ: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଚଞ୍ଚରାପଡାବାସୀ

କୋକସରା: ପାନୀୟ ଜଳ ସଂକଟର ସମାଧାନ ପାଇଁ କୋକସରା ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଝାରବନ୍ଧ ଚଞ୍ଚରାପଡାବାସୀ। କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଝାରବନ୍ଧ ଗାଁ ଚଞ୍ଚରାପଡାରେ ପ୍ରାୟ୨୫ ପରିବାର ରହୁଥିବାବେଳେ ପାନୀୟ ଜଳ ଏଠାରେ ମୂଖ୍ୟ ସମସ୍ୟା ଭାବେ ଉଭାହୋଇଛି। ଗାଁ ଠାରୁ ୧କିମି ଦୂରକୁ ଯାଇ ପାନୀୟ ଜଳ ସଂଗ୍ରହ କରିଥାନ୍ତି ଚଞ୍ଚରାପଡାର ମହିଳା। ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଏକ ନଳକୂପ ଦେବାପାଇଁ ଅନେକ ଥରେ ଜଣାଇ ଆସୁଛନ୍ତି ଗ୍ରାମବାସୀ, କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ପାଣି ଟୋପାଏ ପାଇଁ ଡହକ ବିକଳ ହେଉଥିବା ଚଞ୍ଚରାପଡାବାସୀ ନଳକୂପ ଟିଏ ପାଇଁ ଗୁରୁବାର ବିଡ଼ିଓଙ୍କୁ ଅଭିଯୋଗ କରିବାକୁ ଆସି କୋକସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ବିଡ଼ିଓ ଅନୁପସ୍ଥିତ ଥିବା କାରଣରୁ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। ଏଥିସହ ଅତି ଶିଘ୍ର ନଳକୂପ ଖନନ କରିବାକୁ ଚଞ୍ଚରାପଡାର କ୍ଷୀର ମାଝୀ, ସୁରେଖା ମାଝୀ, ଗୀତା ଧାରୁଆ, ହୀରା ଧରୁଆ, ଦୁର୍ବଳ ମାଝୀ, ରାଜେନ୍ଦ୍ର ମାଝୀ, ଅଭିମନ୍ୟୁ ଧରୁଆ, ହିରଣ୍ୟ ମାଝୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀ ଡହାଗାଁ ସରପଞ୍ଚଙ୍କ ସହ ଆଲୋଚନା କରି ଆଗାମୀ କିଛିଦିନରେ ନଳକୂପ ଖୋଲିବା ନେଇ ପ୍ରତିଶୃତି ଦେଇଥିବା ଜଣାପଡିଛି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.