ପାର୍କିଙ୍ଗ ପ୍ଲେସ ଯୋଗାଇଦେବାକୁ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଟ୍ରକ ମାଲିକ ସଂଘ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ଜୁନାଗଡ଼ ସହରରେ ପାର୍କିଙ୍ଗ ପ୍ଲେସ୍ ର ଅଭାବ ରହିଛି। ଗାଡ଼ି ରଖିବା ପାଇଁ ସହରରେ ସ୍ଥାନ ନଥିବାରୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି ଟ୍ରକ ଚାଳକ। ଏହାକୁ ଦୃଷ୍ଟିରେ ରଖି ଟ୍ରକ ପାର୍କିଙ୍ଗ ପାଇଁ ସ୍ଥାନ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଜୁନାଗଡ଼ ଟ୍ରକ ସଂଘର ସଭାପତି ତାପସ ସାହୁଙ୍କ ନେତୃତ୍ୱରେ ସହ ସମ୍ପାଦକ କୃତିବାସ ବେମାଲ, କୋଷାଧ୍ୟକ୍ଷ ରାଜେଶ ମିଶ୍ର, ସଦସ୍ୟ କାଲି ପ୍ରଧାନ, ରାଜୁ ମେହେର, ଡାକେଶ୍ୱର ଲହଜଳ, ଅଭିରାମ ପଟେଲ, ପପୁ ଭଂଜ, ସମରେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାର ଏ ସମ୍ପର୍କରେ ପଦକ୍ଷେପ ନେବାକୁ ମନ୍ତ୍ରି କ୍ୟାପଟେନ ମିଶ୍ର ନିର୍ଦେଶ ଦେଇଥିବା ଜଣାପଡିଛି।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.