ଟ୍ରକ – ଟାଟା ମ୍ୟାଜିକ ଭ୍ୟାନ ମୁହାଁମୁହିଁ: ଟ୍ରକ ତଳେ ଚାପି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ

ଗୁଣୁପୁର/ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତ୍ରଗତ ଚାଞ୍ଚଡାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଜିପସମ ବୋଝେଇ ଟ୍ରକ ସହ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ ଟାଟା ମେଜିକ ଭ୍ୟାନ ସହ ମୁହାଁମୁହିଁ ଧକା ହେବାପରେ ଟାଟା ମେଜିକ ଭ୍ୟାନ ଉପରେ ଚଢିଗଲା ଟ୍ରକ। ଫଳରେ ଭ୍ୟାନରେ ବସିଥିବା ୨ଜଣ ଟ୍ରକ ତଳେ ଚାପିହୋଇ ରହିଥିଲେ। ଖବର ପାଇ ବିଷମକଟକ ପୋଲିସ ଓ ରାୟଗଡା ବିଷମ କଟକ ଏବଂ ମୁନିଗୁଡାରୁ ଅଗ୍ନିଶମ ବାହିନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତିନଟି ଯେସିବି ସହାୟତାରେ ଟ୍ରକଟିକୁ ଠେଲି ଦୁର୍ଘଟଣା ଗ୍ରସ୍ତ ମିନି ଭ୍ୟାନକୁ ବାହାର କରିବା ପାଇଁ ଚେଷ୍ଟା କରାଯାଇଥିଲା ହେଲେ ବି ସଫଳତା ନିଲିନଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଟା ମେଜିକ ଭ୍ୟାନଟି ଟ୍ରକ ତଳେ ସମ୍ପୂର୍ଣ୍ଣ ରୂପେ ତଳେ ଫୋସି ଯାଇଥିଲା ଫଳରେ ଭିତରେ ଚାପି ହୋଇ ରହିଯାଇଥିବ ଲୋକଙ୍କୁ ବାହାର କରିବା ସମ୍ଭବ ହୋଇନଥିଲା । ଏହାପରେ ଅଗ୍ନିଶମ କର୍ମଚାରୀ ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଚାପି ହୋଇ ରହିଥିବା ଗାଡିଟିକୁ କାଟି ସେଥି ଭିତରୁ ମୃତକ ମାନଙ୍କୁ ବାହାର କରିଥିଲେ। ଏଥିପାଇଁ ଉଦ୍ଧାର କାର୍ଯ୍ୟ ୪ ଘଣ୍ଟାର ଅଧିକ ସମୟ ଲାଗିଥିଲା। ଉଦ୍ଧାର ପରେ ମୃତ ଦେହକୁ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକ ନିଆ ଯାଇଛି। ମୃତକ ମାନଙ୍କ ପରିଚୟ ଏଯାଏ ମିଳିନଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଥିବା ବିଷମ କଟକ ଥାନା ପକ୍ଷରୁ ସୂଚନା ମିଳିଛି।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.