ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଏକ ଅଜଣା ଗାଡି ଧକ୍କାରେ କାଉଗୁଡା ଗ୍ରାମର ଗଜିନ୍ଦ୍ର ହରିଜନ (୩୫)ଙ୍କ ମୃତ୍ୟୁ ଘଟିଛି। ପରିବାରବର୍ଗ ଓ ଗ୍ରାମବାସୀ ଘଟଣା ସ୍ଥାଳରେ ପହଞ୍ଚି ଭବାନୀପାଟଣା-ରାୟଗଡା ୬ନଂ ରାଜ୍ୟ ରାଜପଥରେ ଗଛ ପକେଇ ଅବରୋଧ କରିଥିଲେ। ପ୍ରାପ୍ତ ସୂଚନା ସୂଚନା ମୁତାବକ ରବିବାର ଅପରାହ୍ନ ଅଢେଇ ଘଣ୍ଟା ସମୟରେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅନ୍ତର୍ଗତ କାଉଗୁଡା ଗ୍ରାମର ଗଜିନ୍ଦ୍ର ହରିଜନ ଏକ ବାଇକ୍ ରେ ନିଜ ଗାଁରୁ ବାହାରି ଭବାନୀପାଟଣା-ରାୟଗଡା ରାଜ୍ୟ ୬ନଂ ରାଜପଥ ଦେଇ କୁମଖାଲ ପଞ୍ଚାୟତର ନିଜ ପୁତୁରାର ଶଶୁର ଘରକୁ ଯାଇଥିବା ନିଜ ଝିଅକୁ ଆଣିବା ପାଇଁ ଯାଉଥିଲେ। ଗାଁଠାରୁ ବାହାରି ମାତ୍ର ଢେଢ କିମି ଦୂରରେ ଥିବା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲୋକନାଥପୁର ଗାଁ ଛକ ନିକଟର ବୁଲାଣିରେ ଏକ ଅଜଣା ଗାଡି ବାଇକ୍ ଟିକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।


ବାଇକ୍ ଓ ମୃତ ଦେହ ରାସ୍ତା ଉପରେ ପଡିରହି ଥିବା ବେଳେ ପରିବାର ଓ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଅଜଣା ଗାଡ଼ିକୁ ଅତିଶୀଘ୍ର ଧରିବା ସହ କ୍ଷତି ପୂରଣ ବାବଦକୁ ନେଇ ମୁଖ୍ୟ ରାସ୍ତାରେ ଗଛ ପକେଇ ଅବରୋଧ କରିଥିଲେ। ଖବର ପାଇ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଶ୍ୱନାଥପୁର ସିଏସସି ଡାକ୍ତର ନିହାର ରଞ୍ଜନ ସାହୁ ଓ ଡାକ୍ତର ଦେବାଶିଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକେ ମାନିନ ଥିଲେ। ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ଆମ୍ବୁଲାନ୍ସ ଓ ମାଲ ବୋଝେଇ ଟ୍ରକ ସମେତ ଶହ ଯାନବାହନ ଅଟକି ରହିଥିଲା। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ପରିବାର ଓ ଗାଁ ଲୋକଙ୍କୁ ବହୁ ବୁଝାସୁଝା ପରେ ପ୍ରାୟ ୪ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ କେସ ନଂ୪୫ ଅଣ୍ଡର ସେକ୍ସନ ୨୭୯/୩୦୪ ରେ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଜାରି ରହିଥିବା ବିଶ୍ୱନାଥପୁର ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.