ମୂଷାନାଳଠାରେ ଉଦ୍‌ଘାଟିତ ହେଲା ନୂତନ କୋଭିଡ ପରୀକ୍ଷା କେନ୍ଦ୍ର

ଲାଞ୍ଜିଗଡ଼: ସ୍ବେଚ୍ଛାସେବୀ ସଂଗଠନ ‘ଦାପ୍ତା’ ଓ ‘ସେଲକୋ ଫାଉଣ୍ଡେସନ’ ବାଙ୍ଗାଲୋର ସହଭାଗିତାରେ ଲାଞ୍ଜିଗଡ଼ ବ୍ଳକ ମୂଷାନାଳ ସ୍ଥିତ ଦାପ୍ତା କାର୍ଯ୍ୟାଳୟ ପରିସରରେ ଏକ ନୂତନ କୋଭିଡ ପରୀକ୍ଷା କେନ୍ଦ୍ରର ଉଦଘାଟିତ ହୋଇଯାଇଛି। ଦାପ୍ତା ସଂସ୍ଥାର ଉପମୁଖ୍ୟ ଦିପନ କୁମାର ଶର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗଦେଇ ପରୀକ୍ଷା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ପୂର୍ବରୁ କୋଭିଡ ପରୀକ୍ଷା ପାଇଁ ଦୁର୍ଗମ ଅଞ୍ଚଳର ଲୋକେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରକୁ ଯାଉଥିବା ବେଳେ ଗମନାଗମନ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ନିଜ ଅଞ୍ଚଳରେ ନୂତନ କୋଭିଡ ପରୀକ୍ଷା କେନ୍ଦ୍ର ଯୋଗୁଁ ଖୁସି ଅନୁଭବ କରିଛନ୍ତି।


ଏହି କେନ୍ଦ୍ରରେ ବ୍ଲକର ଦୂର୍ଗମ ୧୦ ଗୋଟି ପଞ୍ଚାୟତ ତଥା ଦୁଇ ଶହ ଖଣ୍ଡ ଗାଁର ଲୋକେ ପରୀକ୍ଷା କରି ପାରିବେ।ପ୍ରଥମ ଦିନରେ ୫୮ ଜଣଙ୍କ କୋଭିଡ ପରୀକ୍ଷା କରାଯାଇ ଥିବାବେଳେ କାହାରବି ପଜିଟିଭ୍ ଚିହ୍ନଟ ହୋଇନଥିଲା। ଏହି ଅବସରରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝୀ, ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଲାଞ୍ଜି ସରପଞ୍ଚ ବିଷ୍ଣୁଚରଣ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଦାପ୍ତା ସଂଗଠନ ପକ୍ଷରୁ ଡାକ୍ତର ନିହାରିକା ପଣ୍ଡା, ନମିତା ମାଝୀ, ଯୁଧିଷ୍ଠିର ପ୍ରଧାନ, ବିଶ୍ୱନାଥ, ତ୍ରିନାଥ, ରମେଶ, ଯୁଗେନ, ସନ୍ତୋଷ, ଦିପନ ପ୍ରମୁଖ ସହଯୋଗ କରିଥିଲେ। ସଂସ୍ଥାର ଏହିପରି ମହତ କାର୍ଯ୍ୟଧାରାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଧନ୍ୟବାଦ ଜଣାଇଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ) ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.