ବିକଳ୍ପ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ଅନଲାଇନ ଶିକ୍ଷା ରୁ ବଞ୍ଚିତ ପ୍ରାଥମିକ ସ୍ତର ର ଶିକ୍ଷାର୍ଥୀ ମାନଙ୍କ ପାଇଁ ରାଜ୍ୟ ସ୍ତର ରେ ଏକ ବିକଳ୍ପ ଶିକ୍ଷା ବ୍ୟବସ୍ଥା (alternative internship program) SCERT ଏବଂ UNICEF ଅନୁଷ୍ଠାନ ଦ୍ଵାରା ଶିକ୍ଷାର୍ଥୀ ମାନଙ୍କର ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଡି ଆଇ ଇ ଟି କଳାହାଣ୍ଡି, ଭବାନୀପାଣା ତରଫରୁ ଗତ ତା- ୧୫/୭/୨୦୨୧ ରିଖ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବୋଲି ଡି ଆଇ ଇ ଟି ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ସୂଚନା ଦେଇଛନ୍ତି।

ଡି ଆଇ ଇ ଟି କଳାହାଣ୍ଡି ରେ ପ୍ରଶିକ୍ଷଣ ନେଉଥିବା ପ୍ରଥମ ବର୍ଷ ଏବଂ ଦ୍ଵିତୟ ବର୍ଷ ର ସର୍ବମୋଟ ୧୮୯ ଛାତ୍ରଛାତ୍ରୀ ନିଜ ଗ୍ରାମରେ ତଥା ପଡାରେ ପ୍ରାଥମିକ ସ୍ତର ର ୧୦ ଜଣ ଲେଖାଏଁ ଶିକ୍ଷାର୍ଥୀ ମାନଙ୍କୁ ପ୍ରତିଦିନ ଦୁଇ ଘଣ୍ଟା( ଛୁଟିଦିନ ବ୍ୟତୀତ) (ଏଫଏଲଏନ ) ବିଷୟ ଅନ୍ତର୍ଗତ ଶିକ୍ଷାଦାନ ଦେଉଛନ୍ତି । ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ତଥା ଶିକ୍ଷକ ପ୍ରଶିକ୍ଷିକା ଶ୍ରୀଯୁକ୍ତ ନରୋତ୍ତମ ଭୋଇ ,ଶ୍ରୀଯୁକ୍ତ ରାମଚନ୍ଦ୍ର ବାଗ,ଅଚ୍ୟୁତାନନ୍ଦ ମଲ୍ଲିକ, ରାଜେଶ କୁମାର ଭୋଇ, ଈଶ୍ୱର ଚନ୍ଦ୍ର ବେହେରା,ଅରୁଣ କୁମାର ଭୋଇ, ନିହରୀକା ଦେବୀ, ବିଜଲି ଏକ୍କା, ମମିତା ଦୋରା ଏବଂ ସୁନୀତା ଦୂର୍ଗା ମେଣ୍ଟର ଦାୟିତ୍ଵ ତୁଲାଇ ଗୁରୁଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାଦାନ କୁ ତଦାରଖ କରୁଛନ୍ତି ବୋଲି ଅଧ୍ୟକ୍ଷ ବୃନ୍ଦାବନ ସାହୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.