ବିଭିନ୍ନ ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ଗ୍ରାମବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ଗ୍ରାମର ପ୍ରକୃତ ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ସେମାନଙ୍କୁ ବର୍ଷ ବର୍ଷ ଧରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଗାଇ ଗୁହାଳ, ଛେଳି ଗୁହାଳ, ମନରେଗା ଯୋଜନାରେ କାମ ନପାଇବା/କାମ ପାଇଲେ ପାଉଣା ମିଳିବାରେ ବିଳମ୍ବ ହେବା ତଥା ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଅବହେଳା ଆଦି ଅଭିଯୋଗକୁ ନେଇ ବାରମ୍ବାର ପ୍ରଶାସନଙ୍କୁ ଜଣାଇ ଥିଲେ ମଧ୍ୟ ସେମାନଙ୍କୁ ପାତର ଅନ୍ତର କରାଯାଉଥିବା ବେଳେ ପଞ୍ଚାୟତର ବିଭିନ୍ନ ସରକାରୀ ଯୋଜନାରୁ ଗରିବ ଓ ଅସହାୟ ଲୋକେ ବଞ୍ଚିତ ହୋଇ ଆସୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ପ୍ରଶାସନ ସେମାନଙ୍କୁ ନଜରଅନ୍ଦାଜ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ ଆସୁଛନ୍ତି।ଏପରିକି ଗ୍ରାମବାସୀ ଏନେଇ ଗତ ଜୁଲାଇ ୧୬ ତାରିଖରେ ଲାଞ୍ଜିଗଡ଼ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ। ଯାହାକୁ ନେଇ ଆଜି (ସୋମବାର) ସକାଳ ୮ ଘଣ୍ଟା ସମୟରୁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଏନେଇ ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ଘଟଣା ସ୍ଥଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଧାରଣାରୁ ଓହରି ନଥିଲେ। ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହିଛନ୍ତି।ସେହିପରି ପଞ୍ଚାୟତ ସ୍ତରରେ ସମାଧାନର ରାସ୍ତା ନବାହାରିଲେ ଆଗାମୀ ଦିନରେ ବ୍ଳକ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଧାରଣାରେ ଗ୍ରାମର ଗୁରୁଦେବ ପାଲ, ଦେବ ଚରଣ ତାଣ୍ଡି, ଅଗସ୍ତି ହରିଜନ, ବିଟୁ ନାଗ, ରାମେଶ୍ୱର ନାଏକ, ପିତାମ୍ବର ହରିଜନ, ସହଦେବ ବିଭାର, ପୂର୍ଣ୍ଣ ବିଭାର, ବିଦେଶୀ ନାଗ, ଚନ୍ଦ୍ରକଳା ହରିଜନ, କାଞ୍ଚନ ଗଉଡ଼, ସନ୍ଧ୍ୟା ଦୁର୍ଗା ସମେତ ଗ୍ରାମବାସୀ ମାନେ ସାମିଲ ହୋଇଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.