କୋକସରା,୧୭/୨: କୋକସରା ପଞ୍ଚାୟତ ସମିତି କାର୍ଯ୍ୟଳୟଠାରେ ସମ୍ବିଧାନ ବଚାଓ ସଂଘର୍ଷ ସମିତି ଦ୍ବାରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋକସରାଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ରାଷ୍ଟ୍ରୀୟ ଓ.ବି.ସି. ମୋର୍ଚ୍ଚା ଜିଳ୍ଳା ସଂଯୋଜକ ଶ୍ରୀ ଚନ୍ଦ୍ରଶେଖର ଗୋପାଲଙ୍କ ଅଧ୍ୟକ୍ଷତାରେ ଆଜି ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ ଧାରଣାରେ ବସି ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ଦାବି ଏହିକିଯେ, ୧୦ ପ୍ରତିଶତ ଆର୍ଥିକ ଆଧାର ଏସଟି, ଏସସି, ଓବିସି ପର୍ଯ୍ୟାପ୍ତ ପ୍ରତିନିଧି ଓ.ବି.ସି କ୍ରିମିଲିୟର ହଟାଇବା, ଇଭିଏମ ବଦଲରେ ବେଲେଟ ପେପର ଓ ଘରୋଇ କରଣ ଆଦି ପ୍ରମୂଖ ଦାବି ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳଦେବ ଜାଲ, ନରେନ୍ଦ୍ର ନାଏକ, ତୁଲସୀ ନିଏଲ, ଶ୍ୟାମଶୁନ୍ଦର ବାଗ, ବିଦୁ ପୁଝାରୀ, ହଲଧର ସୁନାନୀ, ଖିରସିନ୍ଧୁ ବୋଡକିଆ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।