ହାଇ ପାଓ୍ବାର ବିଦ୍ୟୁତ୍ ଟାଓ୍ବାରକୁ ଚଢି ମଦ୍ୟପ ଯୁବକର ଆତ୍ମହତ୍ୟା ଉଦ୍ୟମ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): କଲମପୂର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଜନୈକ ଯୁବକ ଅଧିକ ମଦ୍ୟ ପାନ କରି ଘର ନିକଟସ୍ଥ ଜମିରେ ଥିବା ଏକ ହାଇ ଭୋଲଟେଜ ବିଦ୍ୟୁତ୍ ଟାଓ୍ବାରକୁ ଚଢି ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ସରପଞ୍ଚ ଭୁକୁଲୁ ବାଗ କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତୁରନ୍ତ ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଅଗ୍ନିଶମ ଅଧିକାରୀ ବିନୋଦ କେରକେଟାଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟାର ହାଇ ଡ୍ରାମା ପରେ ଯୁବକ ଜଣକ ତଳକୁ ଓହ୍ଲେଇ ଥିଲା । ତାକୁ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.