‘ନାଟ୍’ର ସାଧାରଣ ପରିଷଦ ବୈଠକ : ଦେୟମୁକ୍ତ ଅମ୍ଲଜାନ ସେବା ‘ଅଟଳ ଜୀବନ’ ଲୋକାର୍ପିତ

● ପଦ୍ମଶ୍ରୀ ସାଧୁ ମେହେର ରାଷ୍ଟ୍ରୀୟ ଅଧ୍ୟକ୍ଷ

● ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ସଭାପତି, ବନମାଳୀ ସାଧାରଣ ସଂପାଦକ

ସୋନପୁର, ୨୯|୮: ନାଟକ, ସମାଜସେବା ଏବଂ ସାହିତ୍ୟ ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ‘ଅଟଳ ଜୀବନ’ ନାମରେ ଏକ ଦେୟମୁକ୍ତ ଅମ୍ଲଜାନ କନସେନଟ୍ରେଟର ସେବା ଲୋକାର୍ପଣ କରାଯାଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ରାୟପୁରର ଅସିଷ୍ଟାଣ୍ଟ ଜେନେରାଲ ମେନେଜର ଅଜିତ ମେହେର ତାଙ୍କ ପିତା ବୀରମଣି ମେହେରଙ୍କ ସହ ଯୋଗଦେଇ ‘ଅଟଳ ଜୀବନ’ର ଲୋକାର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ ଏହା ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ବିଶିଷ୍ଟ ନାଟ୍ୟକାର ତଥା ସିନେ ଅଭିନେତା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରତି ଅନୁଷ୍ଠାନର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ଉଲ୍ଲେଖ କରିଥିଲେ । ସଂପ୍ରତି ଏହା ସୋନପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଅକସିଜେନ ସପୋର୍ଟ ଆବଶ୍ୟକ କରୁଥିବା ପୌରାଞ୍ଚଳର କୌଣସି ବ୍ୟକ୍ତି ୯୪୩୭୬୩୭୯୧୬ କିମ୍ଵା ୮୨୪୯୬୬୧୩୦୦ ମୋବାଇଲ ନମ୍ଵରରେ ଯୋଗାଯୋଗ କରି ନିଜ ଘରେ ଏହି ସୁବିଧା ପାଇପାରିବେ । ବିଶେଷ କରି ଆଶଙ୍କା କରାଯାଉଥିବା କୋଭିଡର ତୃତୀୟ ଲହର ବେଳକୁ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ପାଇଁ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ମତ ପୋଷଣ କରିଛନ୍ତି । ସାଂସ୍କୃତିକ ସଂପାଦକ ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ବନମାଳୀ ପଣ୍ଡା, ସାହିତ୍ୟ ସଂପାଦକ ନରେନ୍ଦ୍ର ଭୋଇ, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ତଥା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରପୌତ୍ର ସୁଜିତ କୁମାର ପୂଜାହାରୀ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୁନି କଳାକାରମାନେ ନିଜ ନିଜର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ବିକାଶ ମିଶ୍ର, ଅଭିନେତ୍ରୀ ରେଖା ପ୍ରଧାନ, ଅଧ୍ୟାପିକା ସ୍ନିଗ୍ଧା ଦାଶ, ଅଶୋକ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ସଭାରେ ଆଗାମୀ ଦୁଇ ବର୍ଷ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନୁଷ୍ଠାନ ସମ୍ଵିଧାନ ମୁତାବକ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ସାଧୁ ମେହେର ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ପଦକୁ ମହିମାମଣ୍ଡିତ କରିଥିବା ବେଳେ ଅନ୍ୟ ସବୁ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

ଏହି କ୍ରମରେ କବି ଓ ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ କାର୍ଯ୍ୟକାରୀ ସଭାପତି, ଶୈଳେନ୍ଦ୍ର ବସ୍ତିଆ ଉପସଭାପତି, ବନମାଳୀ ପଣ୍ଡା ସାଧାରଣ ସଂପାଦକ, ନରେନ୍ଦ୍ର ଭୋଇ ସାହିତ୍ୟ ସଂପାଦକ, ଅବିନାଶ ହୋତା ସଂସ୍କୃତି ସଂପାଦକ, ସଞ୍ଜୟ କୁମାର ପଣ୍ଡା ସମାଜସେବା ସଂପାଦକ ଓ ଜ୍ୟୋତି ବିକାଶ ମିଶ୍ର କୋଷାଧ୍ୟକ୍ଷ୍ୟ ଭାବେ ଏବଂ କାର୍ଯ୍ୟକାରୀ ସମିତି ସଭ୍ୟଭାବେ ରେଖା ପ୍ରଧାନ, ସ୍ନିଗ୍ଧା ଦାଶ, ଅଜିତ ମେହେର, ସମୀର ସାହୁ, ଗତିକୃଷ୍ଣ ବନିଆଁ ସର୍ବସମ୍ମତିରେ ମନୋନୀତ ହୋଇଥିଲେ। ଠିକ ସେହିପରି ସଂସ୍କୃତି କୋର କମିଟିକୁ ରେଖା ପ୍ରଧାନ, ସମୀର ସାହୁ, ଚିନ୍ମୟ ରଥ ଓ ସୌମ୍ୟକାନ୍ତ ମିଶ୍ର, ସାହିତ୍ୟ କୋର କମିଟିକୁ ପ୍ରଦ୍ୟୁମ୍ନ ସାହୁ, ଶେଷଦେବ ଥନାପତି, କ୍ଷୀରୋଦ ବିହାରୀ ବିଶ୍ଵାଳ ଓ ଗତିକୃଷ୍ଣ ବନିଆଁ, ସମାଜସେବା କୋର କମିଟିକୁ ସ୍ନିଗ୍ଧା ଦାଶ, ଅଜିତ ମେହେର, ବିଶ୍ଵଜିତ ମହାପାତ୍ର ଏବଂ ଦେବାଶିଷ ପଟ୍ଟନାୟକ ସଭ୍ୟଭାବେ ମନୋନୀତ ହୋଇଥିଲେ । ବିକାଶ ଚନ୍ଦ୍ର ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.