ସ୍ବପ୍ନ ଓ ବାସ୍ତବତାର ଦୋଛକିରେ ବସୁଧା: ଯାହିତାହି ଭାବେ ସରିଛି କାମ, ହୋଇ ପାରୁନାହିଁ ଜଳ ଯୋଗାଣ

● ପିଡିଙ୍କ ଦୃଷ୍ଟି ଆକର୍ଷଣ ପରେ ବି କାର୍ଯ୍ୟକ୍ଷମ ହେଉନାହିଁ ପ୍ରକଳ୍ପ

ଲାଞ୍ଜିଗଡ଼, ୪|୯: ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଛନ୍ତି। ତେବେ କେତେକ ସ୍ଥାନରେ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ଅଧାପନ୍ତରିଆ ଭାବେ ପଡି ରହିଥିବା ଅଭିଯୋଗ ହେଉଛି। ଏଭଳି ଏକ ଚିତ୍ର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଅଧିନସ୍ଥ କିଡିଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ନିମ୍ନମାନର କାମ ଯୋଗୁଁ ଟେପ୍ ସବୁ ଭାଙ୍ଗି ପଡ଼ିଛି। କେଉଁଠି ପାଇପ୍ ଛିଣ୍ଡିଛି ତ କେଉଁଠି ପାଣି ଟେପ୍ ଭାଙ୍ଗିଛି। ପାଣି ଛାଡ଼ିଲା ପରେ ଧରା ପଡିଯିବ କି ଠିକାଦାର ଓ ଯନ୍ତ୍ରୀଙ୍କ ଗୁମର ସେ ଡରରେ ପାଣି ଛାଡୁନଥିବା ଚର୍ଚ୍ଚା ଯୋର ଧରିଛି। ସେପଟେ ମାଡିବନ୍ଧାରେ ହୋଇଥିବା ଇନ୍ଟେଟରୁ ପାଣି ମଧ୍ୟ ପରିଷ୍କାର ନାହିଁ। ୩୦୦ରୁ ଉର୍ଦ୍ଧ୍ବ ପରିବାର ଲୋକଙ୍କ ପାଇଁ ବସୁଧା ଯୋଜନାରେ ୧.୫୯ କୋଟି ବ୍ୟୟରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ବାରା ୨୦୧୭ରେ ଅନୁମୋଦିତ ହୋଇ ୨୦୧୯ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଠିକାଦାରଙ୍କ ଦ୍ବାରା ପ୍ରକଳ୍ପଟି ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିଲେ ହେଁ ନିମ୍ନମାନର କାମ ଯୋଗୁଁ ଲୋକେ ପାଣି ପାଇପାରୁ ନଥିବା ଅଭିଯୋଗ କରିଛନ୍ତି। କିଡିଙ୍ଗ ଓ ମାଡିବନ୍ଧା ଗାଁର ପାଖାପାଖି ୩୦୦ ଲୋକଙ୍କ ପାଇଁ ଗୋଷ୍ଠୀ ପାନୀୟଜଳ ଯୋଗାଣ ବିଭାଗ ଦ୍ବାରା ୧.୫୯ କୋଟି ଟଙ୍କା ବ୍ୟୟ ରେ ୨୦୧୭ ରେ କାର୍ଯ୍ୟାଦେଶ ହୋଇଥିବା ବେଳେ ୨୦୧୯ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିମ୍ନମାନର କାମ କରି ଠିକାଦାର କାମ ସାରିଥିଲେ ମଧ୍ୟ ପାଣି ଯୋଗେଇବାରେ ବିଫଳ ହୋଇଛନ୍ତି। ଗତ କିଛି ଦିନ ତଳେ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପିଡି, ବିଡ଼ିଓ, ଯନ୍ତ୍ରୀ ପହଞ୍ଚି ତଦାରଖ କରିଥିଲେ । ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସପ୍ତାହକ ମଧ୍ୟରେ ପାଣି ସମସ୍ତ ଘରକୁ ପହଞ୍ଚିବ। ହେଲେ ୨ ମାସ ବିତିଗଲା ପିଇବା ପାଣିର ଦେଖା ନାହିଁ। ବିଶୁଦ୍ଧ ପାନୀୟ ଜଳ ପାଇବାର ସ୍ବପ୍ନ ଅଧାରେ ରହିଗଲା। ଏନେଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବାରୁ ବିଦ୍ୟୁତ୍ ଠିକ୍ ରେ ରହୁନାହିଁ ଲୋ ଭୋଲଟେଜ ରହୁଛି, ଷ୍ଟେପଲାଇଜର ବ୍ୟବହାର କରି ପାଣି ଛାଡ଼ିବା କଥା କହିଥିଲେ। ଏପଟେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କ ପ୍ରତିଶ୍ରୁତି, ଏବଂ ଠିକାଦାରଙ୍କ ଅପେକ୍ଷାରେ ନିରାଶ ହେଲେଣି ସାଧାରଣ ଲୋକେ। ତେବେ କେବେ ମିଲିବ ପାଣି କି ଏମିତି ଠକି ଚାଲିଥିବେ ଠିକାଦାର ଓ ସରକାରୀ ବାବୁ? ସାଧାରଣ ଲୋକଙ୍କ ସୁବିଧା ପାଇଁ ଆସୁଥିବା କୋଟି କୋଟି ଟଙ୍କାର ପ୍ରକଳ୍ପ କ’ଣ ଠିକାଦାରଙ୍କ ପାଇଁ ଉଦ୍ଦିଷ୍ଟ କି ବୋଲି ଜନତାଙ୍କ ମଧ୍ୟରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.