ରିଷିଡା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ କୃଷକ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୬|୯ (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ କୃଷି ଋଣ ଓ ଜଳକର ଛାଡ଼ କରିବା ତଥା ତେଲନଦୀ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ଦାବିରେ କୃଷକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରିଷିଡା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଉକ୍ତ ଶୋଭାଯାତ୍ରାରେ ସଭାପତି ପ୍ରେମାନନ୍ଦ ପାତ୍ର, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ସରପଞ୍ଚ ସରସ୍ବତୀ ମାଝୀ ନେତୃତ୍ୱ ନେଇଥିବା ବେଳେ ରିଷିଡା ଯୁବାମଞ୍ଚ ସଭାପତି ଅଶ୍ୱିନୀ କୁମାର ମାଝୀ, ସମ୍ପାଦକ ନରୋତ୍ତମ ସେଲମା, ନାରାୟଣ ରଣା, ନନ୍ଦକିଶୋର ରଣା, ନଥୁରାମ ରଣା, ଗୋପୀନାଥ ରଣା, ହିମାଂଶୁ ରଣା, ଲଷ୍ମୀପ୍ରସାଦ ସେଠ, ସତ୍ୟ ନାରାୟଣ କୁମାର, ବିଶ୍ୱଦୀପକ ପାତ୍ର, ସୋନୁ ରଣାଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ। ତହସିଲଦାର ବାସନ୍ତୀ ସେଠି ଦାବିପତ୍ର ଗ୍ରହଣ କରି ମରୁଡି କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.