ଗର୍ଜିଲେ ଯାଦବ ସମାଜ: ଜାତିଭିତ୍ତିକ ଜନଗଣନାକୁ ନେଇ ରାୟଗଡା ଜିଲ୍ଳା ଯାଦବ ମହାସଭା ପକ୍ଷରୁ ସ୍ମାରକପତ୍ର

● ଦାବି କାର୍ଯ୍ୟକାରୀ କରିବାକୁ ଯାଦବ ସମାଜ ପକ୍ଷରୁ ଅନୁରୋଧ

ରାୟଗଡା, (ଶିବ ନାରାୟଣ ଗୈାଡ): ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା-୨୦୨୧’ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସହ ଜାତିଭିତିକ ଜନଗଣନାକୁ ଅନ୍ତର୍ଗତ କରାଯିବା ନିମନ୍ତେ ଉତ୍କଳ ଯାଦବ ମହାସଭାର ଆହ୍ୱାନ କ୍ରମେ ରାୟଗଡ଼ା ଜିଲ୍ଲା ଯାଦବ ମହାସଭା ତରଫରୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu


ଜିଲ୍ଲା ଯାଦବ ମହାସଭା ସଭାପତି ତଥା ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳା ଯାଦବ ସମାଜର ଶତାଧିକ ଲୋକେ ଏକତ୍ରିତ ହୋଇ ସ୍ଥାନୀୟ ଆଇସିଡିଏସ୍ କାର୍ଯ୍ୟାଳୟ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଳୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ଉପସ୍ଥାପନା କରିଥିଲେ । ଯାଦବ ଜାତି ସମଗ୍ର ଭାରତରେ ବୃହତମ ଜାତି ଏବଂ ବହୁସଂଖ୍ୟାରେ ଏହି ସଂପ୍ରଦାୟର ଲୋକେ ରହିଛନ୍ତି । ଆଭ୍ୟନ୍ତରୀୟ ଗଣନା ଅନୁଯାୟୀ ଯେଉଁ ମାନଙ୍କ ସଂଖ୍ୟା ପ୍ରାୟ ୨୨କୋଟି ଏବଂ ମଣ୍ଡଳ ଆୟୋଗ ଅନୁଯାୟୀ ଓବିସି ସଂଖ୍ୟା ୫୨ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହା ଉପରେ କୈାଣସି ପ୍ରମାଣ ଭିତିକ ତଥ୍ୟାବଳି ସରକାରୀ ଦପ୍ତରରେ ଆନୁଷ୍ଠାନିକ ଭାବେ ଉପଲବ୍ଧ ନ ଥିବାରୁ ଗତ ୨୦୧୮ ମସିହାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଜାତିଭିତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସେହିପରି ଏପ୍ରିଲ ୨୦୨୧ରେ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କୁ ଜନଗଣନାରେ ଓବିସି ସଂପ୍ରଦାୟ ଏବଂ ଜାତିଭିତିକ ଜନଗଣନାକୁ ଅର୍ନ୍ତଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଗତ ଜୁଲାଇ ୨୦୨୧ରେ ରାଜ୍ୟ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓବିସିର ଜାତିଭିତିକ ଜନଗଣନା ନ କରିବାକୁ ଘୋଷଣା ହେଲା । ଯଦ୍ୱାରା କେବଳ ଯାଦବ ଜାତି ନୁହଁ ସମଗ୍ର ଓବିସି ସମାଜ ବିଶେଷ ଭାବେ ଆଘାତପ୍ରାପ୍ତ ଏବଂ କ୍ରୋଧିତ ମଧ୍ୟ ହୋଇଛନ୍ତି ତେଣୁ ୨୦୨୧ ଜନଗଣନାରେ ଜାତିଭିତିକ ଜନଗଣନା ସହ ଓବିସ ସଂପ୍ରଦାୟର ଜନ ଗଣନା କରିବାକୁ ସ୍ମାରକପତ୍ରରେ ଦାବି ଉଲ୍ଳେଖ କରାଯାଇଛି ।

Udyog Nursery
Udyogi Nursery


ରାଜ୍ୟ ଓ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ଯାଦବ ମାନଙ୍କ ସଂଖ୍ୟା ଗରିଷ୍ଠତା ଅଧିକ ରହୁଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ଜାତିଭିତିକ ଜନଗଣନାରେ ଏମାନଙ୍କୁ ଅର୍ନ୍ତଭୁକ୍ତ ନ କରିବାର ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି ଏବଂ ସମଗ୍ର ଓବିସି ଯାଦବମାନଙ୍କୁ ଆଗକୁ ନ ବଢିବା ପାଇଁ ଏବଂ ତାଙ୍କର ପ୍ରଭୁତ୍ୱ ବିକଶିତ ନ କରିବା ପାଇଁ ଯୋଜନା କରୁଛନ୍ତି । ତେଣୁ ରାଜ୍ୟ ତଥା ଦେଶର ସମସ୍ତ ଯାଦବ ସମାଜ ପକ୍ଷରୁ ଜାତିଭିତିକ ଜନଗଣନାରେ ଓବିସିମାନଙ୍କୁ ଅର୍ନ୍ତଭୁକ୍ତ କରିବା ପାଇଁ ଦାବି କରୁଛୁ ଏବଂ ଚଳିତ ବିଧାନସଭାରେ ରାଜ୍ୟ ସରକାର ଓବିସିଙ୍କୁ ଜାତିଭିତିକ ଜନଗଣନାରେ ସାମିଲ କରିବା ପାଇଁ ସଂକଳ୍ପ ପାରିତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ ବୋଲି ଜିଲ୍ଳା ଯାଦବ ମହାସଭା ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ ।


ସେହିପରି ଦେଶରେ ବିଭିନ୍ନ ପଶୁପକ୍ଷୀମାନଙ୍କର ଗଣନା ହେଉଥିବା ବେଳେ ୫୨ପ୍ରତିଶତ ଥିବା ଓବିସି ସଂପ୍ରଦାୟର ଜନ ଗଣନା କରାଯାଇ ପାରୁନାହିଁ । ଜନ ଗଣନା ହେବା ଦ୍ୱାରା ଓବିସି ସଂପ୍ରଦାୟର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସରକାର ସୁବିଧାରେ ଜାଣି ପାରିବେ ଏବଂ ବିଭିନ୍ନ ଯୋଜନାରେ ସାମିଲ କରି ଉପକୃତ କରାଇବାରେ ସହାୟକ ହେବ ବୋଲି ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ କିର୍ତ୍ତନ ନାଏକ ପ୍ରକାଶ କରିଥିଲେ । ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ଅମୀତ କୁମାର ନାୟକ, ଜିଲ୍ଳା ଯାଦବ ମହାସଭା ଉପସଭାପତି ଭୋଳାନାଥ ମହାଙ୍କୁଡ, ତ୍ରିନାଥ ଗୈାଡ, ସାଧାରଣ ସଂପାଦକ ଶରତ ଗୈାଡ, ପ୍ରତାପ ଗୈାଡ, କାଶିପୁର ବ୍ଳକ ସଭାପତି ସୁରତ କୁମାର ଗୋପାଳ, ସଂପାଦକ ଗୋପ ଗୈାଡ, ଶିବ ନାରାୟଣ ଗୈାଡ, ଶ୍ୟାମସୁନ୍ଦର ମହାଙ୍କୁଡ, ଉଦୟ ମହାଙ୍କୁଡଙ୍କ ସମେତ ଅନ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.