ଇଷ୍ଟର୍ନ ଫାଉଣ୍ଡେସନ୍ ପକ୍ଷରୁ INSIGHT ଏକ ଅନଲାଇନ୍ ଆର୍ଟ ଟକ ଆୟୋଜିତ

● ସୃଜନଶୀଳତାରେ ପ୍ରକ୍ରିୟା ଅଧିକ ଗୁରୁତ୍ୱପୂର୍ଣ୍ଣ

ବାଲେଶ୍ଵର: ଇଷ୍ଟର୍ନ ଫାଉଣ୍ଡେସନ୍ ଦ୍ୱାରା “INSIGHT” ଶୀର୍ଷକ କଳାକାରଙ୍କ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନୀରଜା ପିଟର୍ସଙ୍କ ସଂଚାଳନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର ଯୁବ କବି ତଥା ଚିତ୍ରକାର ଅମିତ କାଲା ଏବଂ ବାଙ୍ଗାଲୋରର ବରିଷ୍ଠ ଚିତ୍ରକାର ଭେନୁଗୋପାଲ ବକ୍ତା ଭାବରେ ଯୋଗ ଦେଇଥିଲେ। ସର୍ବପ୍ରଥମେ ଭେନୁଗୋପାଲ ତାଙ୍କର ୬୦ ରୁ ଅଧିକ ଚିତ୍ର ଏବଂ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଉପରେ ବର୍ଣ୍ଣନା କରିଥିଲେ। ଏହି ଚିତ୍ରଗୁଡ଼ିକରେ ସେ ତାଙ୍କର କଳାତ୍ମକ ଯାତ୍ରା ଏବଂ ସହରୀକରଣକୁ ବିଭିନ୍ନ ଉପାୟରେ ଚିତ୍ରଣ କରିଥିଲେ। ସେ କଳାର ବିଭିନ୍ନ କୌଶଳ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ଏହା ଯୁବ ଶିଳ୍ପୀ ମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ ଅଟେ। ଅମିତ କାଲା ଚିତ୍ରକଳାର ସୌନ୍ଦର୍ଯ୍ୟତତ୍ତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଭାରତୀୟ କଳାର ମହାନତାକୁ ବର୍ଣ୍ଣନା କରି ସେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଅଜନ୍ତା, ଏଲୋରା ଏବଂ ରାଜସ୍ଥାନର ବିଭିନ୍ନ କଳାକୃତିର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସୃଜନଶୀଳତାରେ ପ୍ରକ୍ରିୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବିନା କଳାତ୍ମକ ସୃଷ୍ଟି ଅସମ୍ଭବ।

Omkar Vasthu
Omkar Vasthu


ଏହି ଆର୍ଟ ଟକରେ ବହୁ ବିଶିଷ୍ଟ କଳାକାର ଏବଂ କଳା ପ୍ରେମୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଆମେରିକାର ଡ଼ଃ ଶେଲଡନ୍ ହର୍ଷ୍ଟ, ମନୋଜ ଷଣ୍ଢ, ୟତ୍ହୀଶ କାସାରାଗୋଡ, କେଶବ ବର୍ଣ୍ଣୋତି, ଟିକାମ ଖଣ୍ଡପ୍ପା, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତ, କିଶୋର ନାୟକ, ଦେବଦତ ସାହୁ, ସ୍ଵାତି ଜୈନ, ସାଲୋନୀ ଭୋଜାନି, ରୂପେଶ ନିୟା, ପବିତ୍ର ଦତ୍ତ, ଦିବ୍ୟା ରାଠୋର, କାମିନିକାନ୍ତ ସ୍ୱାଇଁ, ଆଦିତ୍ୟ ଜେନା ପ୍ରଭୃତି ଏଥିରେ ସାମିଲ ହୋଇଥିଲେ। ଚିତ୍ରକର ପ୍ରଦୀପ୍ତ ଦାସ ସମସ୍ତ ଉପସ୍ଥିତ ଅତିଥି, ଅଂଶଗ୍ରହଣକାରୀ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.