ଡିଏଲଏସଏ ଏବଂ ଡାକ ବିଭାଗ ମିଳିତରେ ଅନଲାଇନ ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା, (ଶିବ ନାରାୟଣ ଗୈାଡ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନ ସଚେତନତାକୁ ଘରେ ଘରେ ପଂହଚାଇବା ଲକ୍ଷ୍ୟରେ ରାୟଗଡା ଡାକ ବିଭାଗ ସହଭାଗୀତାରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ରାୟଗଡା ଦ୍ୱାରା ଅନଲାଇନ ମାଧ୍ୟମରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳାର ଡାକ ବିଭାଗର ଉପଖଣ୍ଡ ଅଧିକାରୀ କିରଣ କୁମାର ପାତ୍ର ଏବଂ ରାୟଗଡା ଜିଲ୍ଳାର ବିଭିନ୍ନ ଡାକ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ ଥିବା ପୋଷ୍ଟମାଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ବକ୍ତା ତଥା ରିସୋର୍ସ ପରସେନ୍ ଭାବରେ ଡିଏଲଏସଏ’ର ସଂପାଦକ ମନୋରଂଜନ ମିଶ୍ର, ତାଲିମ ପ୍ରାପ୍ତ ମଧ୍ୟସ୍ଥତା ଓକିଲ ସାମୁଏଲ ତାଣ୍ଡି ଏବଂ ଟେକ୍ନିକାଲ ଏକ୍ସପୋର୍ଟ ହିସାବରେ ରାୟଗଡା ସିିଭିଲ କୋର୍ଟ’ର ସିଷ୍ଟମ ଅଧିକାରୀ ଶୁଭପ୍ରତିମ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାଧିକରଣର ସଂପାଦକ ଶ୍ରୀ ମିଶ୍ର ନିଜର ଅଭିଭାଷଣରେ ଆଇନ ସେବା ପ୍ରାଧିକରଣର ଉତ୍ପତି, ଆଭିମୁଖ, କାର୍ଯ୍ୟଧାରା ଓ ଏହି ମାଗଣା ଆଇନ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ କିପରି ଆଇନ ସେବା ପାଇପାରିବେ ସେ ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଯୋଗ୍ୟ ହିତାଧିକାରୀମାନଙ୍କୁ ସେବା ଯୋଗାଇବା ଦେବା ଲକ୍ଷ୍ୟରେ ରାଷ୍ଟ୍ରିୟ ସ୍ତରରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ, ରାଜ୍ୟସ୍ତରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଳା ସ୍ତରରେ ଜିଲ୍ଳା ଆଇନ ସେବା ଏବଂ ତାଲୁକା ସ୍ତରରେ ତାଲୁକା ଆଇନ ସେବା ପ୍ରାଧିକରଣର ବିଷୟରେ ମଧ୍ୟ ଅବଗତ କରାଇଥିଲେ । ତାଲିମ ପ୍ରାପ୍ତ ମଧ୍ୟସ୍ଥତା ଦ୍ୱାରା ମିଳୁଥିବା ସୁଫଳ ସଂପର୍କରେ ଓକିଲ ଶ୍ରୀ ତାଣ୍ଡି ବିଷଦ ଆଲୋଚନା କରିଥିଲେ । ତତପରେ ଟେକ୍ନିକାଲ ଏକ୍ସପୋର୍ଟ ଶ୍ରୀ ସ୍ୱାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ ସେବା ବିଭାଗର ପୋଷ୍ଟମାଷ୍ଟର ଏବଂ କର୍ମଚାରୀମାନଙ୍କୁ ଲିଗାଲ ସର୍ଭିସେସ୍ ମୋବାଇଲ ଆପକୁ ଡାଉନଲୋଡ କରିବା ଏବଂ ଏହି ଆପ’ର ବ୍ୟବହାର ପରେ ଡେମୋ କରି ଦେଖାଇଥିଲେ । ପରିଶେଷରେ ଏକ ଖୋଲା ଆଲୋଚନାରେ ବକ୍ତାମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.