ରାୟଗଡାରେ ୩ୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ରାୟଗଡା, (ଶିବ ନାରାୟଣ ଗୈାଡ): ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ରାୟଗଡା ତତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ କୋଭିଡ୍ ନିୟମକୁ ପାଳନ କରି ଆଜି ୩ୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡା ମୁଖ୍ୟ କୋର୍ଟ ସମେତ ଗୁଣପୁର, ବିଷମକଟକ ଓ କାଶିପୁରରେ ଦୀର୍ଘ ଦିନ ଧରି ବିଚାରଧୀନ ଭାବେ ପଡିରହିଥିବା ୬୩ଟି ମାମଲାର ଫଇସଲା ହୋଇ ୫୧,୪୦,୬୯୩ ଟଙ୍କା ଓ ପ୍ରିଲିଟିଗେସନ୍ ସମ୍ବନ୍ଧିତ ୨୨ଟି ମାମଲାର ଫଇସଲା ହୋଇ ଦେଢ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଡିଏଲଏସଏ ଅଧ୍ୟକ୍ଷ ତଥା ଜିଲ୍ଳା ଦୈାରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତକୁ ଡିଏଲଏସଏ ସଂପାଦକ ମନୋରଂଜନ ମିଶ୍ର ପରିଚାଳନା କରିଥିଲେ ।

Omkar Vasthu
Omkar Vasthu


ଏଥିରେ ପରିବାର ଅଦାଲତର ବିଚାରପତି ଆଶିସ୍ କୁମାର ତ୍ରିପାଠୀ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟ୍ରର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ମନୋରଂଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି, ମହିଳା କୋର୍ଟର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର କୁମାର ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଯୁଧିଷ୍ଠିର ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁଯାୟୀ ମାସ୍କ ପରିଧାନ କରି ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିବା ବେଳେ ଡିଏଲଏସଏ ତଥା ଜିଲ୍ଳା ଅଦାଲତର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.