ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକର ଜେମାଦେଈପେଣ୍ଠ ଗ୍ରାମ ପଂଚାୟତ ଅନ୍ତର୍ଗତ ମାଉଡିଗୁଡା ଗ୍ର୍ରାମର ତାଡିଙ୍ଗି ସେଂତି, ଉର୍ଲାକା ରାଧେ ଏବଂ ବାଇସିଂ ଗ୍ରାମ ପଂଚାୟତର ବାଲାପୁଟ ଗ୍ରାମର ତିଆନା କିଲାକା ୩ଜଣ ହିତାଧିକାରୀଙ୍କୁ ଆଜି ୩ୟ ରାଷ୍ଟ୍ରିୟ ଲୋକ ଅଦାଲତ ଅବସରରେ ଜିଲ୍ଳା ଅଦାଲତ ପରିସରରେ ଥିବା ସ୍ଥାୟୀ ଲୋକ ଅଦାଲତର ନିର୍ଦ୍ଦେଶ କ୍ରମେ ମଧୁବାବୁ ପେନସନ୍ ଯୋଜନା ପ୍ରଦାନ କରାଯାଇଛି । ମଧୁବାବୁ ପେନସନ୍ ଯୋଜନାରେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଉକ୍ତ ୩ଜଣ ଯୋଜନାରୁ ଭତା ପାଇବାରୁ ବଂଚିତ ହୋଇଥିଲେ । ସ୍ଥାୟୀ ଲୋକ ଅଦାଲତରେ ଏ ନେଇ ପିଟିସନ୍ ଦାଖଲ ପରେ ମାମଲାକୁ ବିଚାରକୁ ନେଇ ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଏହି ଭତା ପ୍ରଦାନ ସମୟରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ସଭ୍ୟ ଦୁଷ୍ମନ୍ତ କୁମାର ମହାନ୍ତି, ଏସ. ସାଲବା ରାଜୁଙ୍କ ଉପସ୍ଥିତିରେ ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ ୩ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସ୍ନ ଯୋଜନା କାର୍ଡ ପ୍ରଦାନ କରିଥିଲେ ।





